fbpx
BSKY
BJD YOUTH SKY
BJD MS SKY

ମାଟିତଳୁ ବାହାରିଲା ମନ୍ଦିର ଭଳି ଢାଞ୍ଚା

ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): ଲିଙ୍ଗରାଜ ମନ୍ଦିର ନିକଟରେ ମାଟିତଳୁ ବାହାରିଛି ମନ୍ଦିର ଭଳି ଢାଞ୍ଚା । ସୁକଶାରୀ ମନ୍ଦିର ନିକଟରେ ଖୋଦେଇ ବେଳେ ମନ୍ଦିର ଭଳି ଢାଞ୍ଚା ବାହାରିଛି । ତେବେ ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ଚାରିପାଖେ ମାଟିଖୋଳା ଚାଲିଛି । ପ୍ରାୟ ୧୨ ଫୁଟ ଗଭୀର ଖୋଳା ସରିଲାଣି । ଓଡିଶା ନିର୍ମାଣ ସେତୁ ନିଗମ ପକ୍ଷରୁ ଖୋଦେଇ କାମ ଚାଲିଛି ।

ତେବେ ଶ୍ରୀକ୍ଷେତ୍ର ପୁରୀ ଢାଞ୍ଚାରେ ଶୈବପୀଠ ଏକାମ୍ରକ୍ଷେତ୍ର ଝଟକିବା ପରିକଳ୍ପନା କରାଯାଇଛି। ଐତିହ୍ୟସ୍ଥଳ ଗୌରବମୟ ହେଲେ ବିଶ୍ବରେ ଶ୍ରେଷ୍ଠ ପରିଚୟ ବହନ କରିବା ଯୋଜନା ରଖାଯାଇଛି। ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଶ୍ରୀବୃଦ୍ଧି କରିବାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସୌନ୍ଦର୍ଯ୍ୟକରଣ ପାଇଁ ଟାଇଲ ପକାଇ କୃତ୍ରିମ ବଗିଚା ସୃଷ୍ଟି କରାଯାଇଛି।

Get real time updates directly on you device, subscribe now.