fbpx
BSKY
BJD YOUTH SKY
BJD MS SKY

୨ ରାଜ୍ୟରେ ୭୦% କୋଭିଡ ଆକ୍ରାନ୍ତ

ନୂଆଦିଲ୍ଲୀ,୨୮ ।୧: ଦେଶର ୨ଟି ରାଜ୍ୟରେ ୭୦% କୋଭିଡ ଆକ୍ରାନ୍ତ ଅଛନ୍ତି । ସେହି ୨ଟି ରାଜ୍ୟ ହେଉଛି ମହାରାଷ୍ଟ୍ର ଓ କେରଳ । ଏହା ବ୍ୟତିତ ଦେଶରେ ୧୫୩ ଜଣ ନୂଆ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୮୪୭କୁ ବୃଦ୍ଧି ପାଇଛି । ଦିନକରେ ୧୧ ହଜାର ୬୬୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୭ ଲକ୍ଷ ୧ ହଜାର ୧୯୩କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୪୦ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୦୩ ଲକ୍ଷ ୭୩ ହଜାର ୬୦୬ ରେ ପହଞ୍ଚିଛି ।

Get real time updates directly on you device, subscribe now.