fbpx

ମଣ୍ଡିରେ ଧାନ ବିକ୍ରି ନେଇ ଚାଷୀ ମାନଙ୍କ ସମସ୍ୟା

ମାଲକାନଗିରି , ୧ ।୨: ମାଲକାନଗିରି ଜିଲ୍ଲା ସ୍ଥିତ କାଲିମେଳା ବ୍ଳକ ଅନ୍ତର୍ଗତ କାଲିମେଳା ଲ୍ୟାମ୍ପ କାର୍ଯ୍ୟାଳୟ ରେ ଓ ମଣ୍ଡି ୟାଡ ରେ ଦେଖିବାକୁ ମିଳିଛି ଚାଷୀ ମାନଙ୍କ ତୀବ୍ର ଅସନ୍ତୋଷ। ଚାଷୀ ମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନ କୁ ବିକ୍ରି ନ କରିପାରି ହାତ ବାନ୍ଦି ବସିଥିବା ବେଳେ ଟୋକେନ ଅପେକ୍ଷା ରେ ଅଛନ୍ତି। କାଲିମେଳା ରେ କଂଗ୍ରେସ ନେତା ପ୍ରଦୀପ ମାଝୀ ଙ୍କ ଆନ୍ଦୋଳନ ପରେ ଚାଷୀ ମାନଙ୍କ ଧାନ କିଣା ଯିବ ବୋଲି ମାଲକାନଗିରି ଉପ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ ଓ ଏହା ପରେ ମାଲକାନଗିରି ପ୍ରଶାସନ ପକ୍ଷରୁ ସବୁ ପଞ୍ଚାୟତ ତଥା ଗାଁ ଗାଁ ରେ ଶିକ୍ଷକ ମାନେ ସର୍ଭେ କରି ରିପୋର୍ଟ ପ୍ରଦାନ କରିଥିଲେ ହେଲେ ଚାଷୀ ମାନଙ୍କ କହିବା ଅନୁସାରେ ଚିନାବାଦାମ ଚାଷ ହେତୁ ଚାଷୀ ମାନେ ଘରେ ନ ଥିବା ସମୟ ରେ ଏହି ସର୍ଭେ ହୋଇଥିଲା ଯାହା ଫଳରେ ଚାଷୀମାନେ ଏଥିରୁ ବାଦ ପଡିଛନ୍ତି। ଗୋଟିଏ ଟୋକେନ ର ଅବଧି ଏକ ମାସ ଥିବା ବେଳେ କାଲିମେଳା ମଣ୍ଡି ରେ ପାଞ୍ଚଟି ପଞ୍ଚାୟତର ଚାଷୀ ମାନଙ୍କୁ ଟୋକେନ ଦେବା ଓ ମଣ୍ଡି ର କମ ଟାର୍ଗେଟ ହିସାବରେ ଧାନ କିଣାଯିବା ହେତୁ ଧାନ କିଣା ପ୍ରକ୍ରିୟା ମନ୍ଥର ଗତି ରେ ଚାଲିଥିବା ବେଳେ ମଣ୍ଡି ହଠାତ୍ ବନ୍ଦ ହେବାଯୋଗୁଁ ଜାନୁଆରୀ ୧ତାରିଖ ର ସବୁ ଟୋକେନ ଉଡ଼ି ଯାଇଛି।ଏହା ଫଳରେ ଚାଷୀମାନେ ହତାଶ ହୋଇ ପଡିଛନ୍ତି ଓ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହା ନେଇ ଆମେ ଯେତେବେଳେ ଲ୍ୟାମ୍ପ କାର୍ଯ୍ୟାଳୟ ମୁଖ୍ୟ ଙ୍କ ସହ ଯୋଗାଯୋଗ କଲୁ ସେତେବେଳେ ଜଣାପଡ଼ିଲା ଯେ ସର୍ଭେ ରିପୋର୍ଟ ଲ୍ୟାମ୍ପ ଓ ଏଗ୍ରିକଲଚର ର ସମାନ ସର୍ଭେ ରେ କାହାର ଧାନ ର ପରିମାଣ କମ ତ କାହାର ବେଶି ଅଛି।ଏହାକୁ ନେଇ ମଧ୍ୟ ଚାଷୀ ଓ ଅଧିକାରୀ ମାନଙ୍କ ମଧ୍ୟରେ ତିକ୍ତତା ଭାବ ସୃଷ୍ଟି ହେବାର ମଧ ଦେଖିବାକୁ ମିଳିଛି।

Get real time updates directly on you device, subscribe now.