fbpx

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା, ୮ ଲେନ ବିଶିଷ୍ଟ ହେବ ପାରାଦୀପରୁ ବଡବିଲ ପର୍ଯ୍ୟନ୍ତ ରାସ୍ତା ।

ଭୁବନେଶ୍ୱର,୨ ।୨ (ଓଡିଶା ଭାସ୍କର): ଓଡିଶାରେ ଜାତୀୟ ରାଜପଥ ଓ ବିିଭିନ୍ନ ପ୍ରକଳ୍ପକୁ ନେଇ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ୩ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି- ନୀତୀନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ ଓ ଭି.କେ.ସିଂହ । ନୀତୀନ ଗଡକରୀଙ୍କ ନୂଆଦିଲ୍ଲୀ ବାସଭବନରେ ଅନ୍ୟ ୨ ମନ୍ତ୍ରୀ ଅଛନ୍ତି ।

ଏହି ବୈଠକ ରେ  ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ୍ ବିଶିଷ୍ଟ ୩୦୦ କିମି ଲମ୍ବ ଅର୍ଥନୈତିକ କୋରିଡ଼ର ଉପରେ ଆଲୋଚନା କରାଯାଇଥିଲା । ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ- ଡ଼ୁବୁରି- କେନ୍ଦୁଝର- ରିମୁଳି- ବଡରସାହୀ ଦେଇ ବଡବିଲରେ ଶେଷ ହେବ ।

 

Get real time updates directly on you device, subscribe now.