fbpx

ଲକ୍ଷାଧିକ ଟଙ୍କ‌ାର ନକଲି ଜର୍ଦ୍ଦା ଜବତ

ବେଗୁନିଆ , 5/2 :ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଲକ୍ଷାଧିକ ଟଙ୍କ‌ାର ନକଲି ଜର୍ଦ୍ଦା ଜବତ,ହୋଇଛି । ଏହି ଘଟଣା ରେ ବେଗୁନିଆ ତଳସାହିର ମାନସ ପୃଷ୍ଟି ଓ ପିଚୁକୁଳି ଗ୍ରାମର ମନୋଜ ସାହୁ ଙ୍କୁ ଅଟକ ରଖିଛି ପୋଲିସ । ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଏସଟିଏଫ ଟିମ୍ ପକ୍ଷରୁ ଚଢାଉ କରାଯାଇଥିଲା । ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ସହ ବିଭିନ୍ନ କମ୍ପାନିର ଲୋଗୋ, ମେସିନ୍ ଓ କେମିକାଲସ୍ ଜବତ କରାଯାଇଛି ।ଜବତଜବତ ନକଲି ଜର୍ଦ୍ଦାର ପରିମାଣ ଲକ୍ଷାଧିକ ଟଙ୍କା ହୋଇଥିବା ଅନୁମାନ କରାଯାଉଛି । ଏହି ନକଲି ଜର୍ଦ୍ଦା କୋଲକାତା, ବିହାର ଓ ଝାଡଖଣ୍ଡ ଚାଲାଣ କରାଯାଉଥିଲା । ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କଟକକୁ ବି ଯାଉଥିଲା ନକଲି ଜର୍ଦ୍ଦା । କେନ୍ଦ୍ରାପଡା, ଭୁବେନଶ୍ବରକୁ ନକଲି ଜର୍ଦ୍ଦା ସପ୍ଲାଏ କରାଯାଉଥିବା ସୂଚନା ମିଳିଛି ।

Get real time updates directly on you device, subscribe now.