fbpx

ଉତ୍ତରାଖଣ୍ଡ ତାଣ୍ଡବ: ସହାୟତାର ହାତ ବଢ଼ାଇଲେ ପନ୍ତ

ନୂଆଦିଲ୍ଲୀ, ୮ା୨ (ଓଡିଶା ଭାସ୍କର): ଗତକାଲି ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବଲୀଳା ଦେଖିବାକୁ ମିଳିଥିଲା । ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମ ସ୍ଖଳନ ଘଟି ୧୪ ମୃତଦେହ ଉଦ୍ଧାର କରାଯିବା ସହ ଏବେ ବି ଶତାଧିକ ଲୋକ ନିଖୋଜ ରହିଛନ୍ତି । ଏହି ଘଟଣାରେ ଗଭୀର ମର୍ମାମତ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ୱିକେଟ କିପର ରିଷଭ ପନ୍ତ । ଏଥିସହ ପନ୍ତ ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି । ସେ ଏନେଇ ନିଜର ମ୍ୟାଚ ଫି ଉତ୍ତରାଖଣ୍ଡର ପୀଡ଼ିତଙ୍କୁ ପ୍ରଦାନ କରିବେ ବୋଲି ଟ୍ୱିଟ କରିଛନ୍ତି । ବର୍ତ୍ତମାନ ପନ୍ଥ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ସେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୯୧ ରନ କରିଥିଲେ ।

Get real time updates directly on you device, subscribe now.