fbpx

ରାଜ୍ୟରେ ବଢିଲା ବସ୍ ଭଡା, ଜାଣନ୍ତୁ କେତେ?

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ବସ ଯାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ବଢ଼ିଛି ବସ୍ ଭଡ଼ା । ସାଧାରଣ ବସ୍ ଭଡା କିଲୋମିଟର ପିଛା ୬ ପଇସା ବଢ଼ିଥିବା ଜଣାପଡିଛି । ସେହିପରି ଏକ୍ସପ୍ରେସ ଭଡ଼ା ୭ ପଇସା ବଢିଥିବା ବେଳେ ଡିଲକ୍ସ ବସ୍ ଭଡା ୨ ପଇସାକୁ ବୃଦ୍ଧି ପାଇଛି । ଏହା ସହ ଏସି ଡିଲକ୍ସ ଭଡ଼ା ୮ ପଇସା, ସୁପର ପ୍ରିମିୟମ ୨ ଟଙ୍କା ୧୭ ପଇସା ବଢିଛି ।

ତେବେ ଦିନକୁ ଦିନ ତୈଳ ଦର ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ବସ ଭଡା ଉପରେ ପଡୁଛି । ବସ ଭଡା ବଢିବା ଯୋଗୁଁ ଏହା ଯାତ୍ରୀମାନଙ୍କ ଯାତାୟତରେ ପ୍ରଭାବ ପକାଇପାରେ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ଏକ ପଇସା ଲେଖାଏଁ ବଢିଥିଲା । ସାଧାରଣ ବସ୍ ଭଡା ୭୩ ପଇସାରୁ ୭୪କୁ ବୃଦ୍ଧି କରାଯାଇଥିଲା । ସେହିପରି ଏକ୍ସପ୍ରେସ୍‌ ବସ୍ ଭଡା ୭୬ ପଇସାରୁ ୭୭ ପଇସାକୁ ବୃଦ୍ଧି ପାଇଥିଲା । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା ଦୁଇ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା । ଡିଲକ୍ସ ବସ୍ ଭଡା ୧ ଟଙ୍କା ୭ ପଇସାରୁ ୧ ଟଙ୍କା ୯ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ବସ ଭଡା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୧ ପଇସା ବୃଦ୍ଧି କରାଯାଇଥିଲା।

Get real time updates directly on you device, subscribe now.