fbpx

ହିମସ୍ଖଳନରେ ଓଡିଆ ଯୁବକ ନିଖୋଜ

ଉତ୍ତରାଖଣ୍ଡ,୯ ।୨: ଉତ୍ତରାଖଣ୍ଡ ହିମସ୍ଖଳନରେ ଜଣେ ଓଡିଆ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି । ନିଖୋଜ ଯୁବକ ଜଣକ ଭଦ୍ରକ ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ନିବାସୀ । ଏହି ଓଡିଆ ଯୁବକ ସେଠାରେ କ୍ରେନ ଡ୍ରାଇଭର ଭାବେ କାମ କରୁଥିଲେ । ନିଖୋଜଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି  ଲୋକେ ।

ତେବେ ଦେବଭୂମି ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁଁ ଅଳକାନନ୍ଦା ଓ ଧଉଳିଗଙ୍ଗାରେ ଦେଖାଯାଇଥିବା ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ରାଜ୍ୟ ପୋଲିସ କହିବା ଅନୁଯାୟୀ ଏହି ଘଟଣାରେ ନିଖୋଜଙ୍କ ସଂଖ୍ୟା ୨୦୨ ହୋଇଥିବା ପ୍ରଶାସନ ଆକଳନ କରିଛି। ନିଖୋଜଙ୍କୁ ଉଦ୍ଧାର କରିବା ଲାଗି ଆଇଟିବିପି, ସେନା, ଏନଡିଆରଏଫ ଓ ଏସ୍‌ଡିଆରଏଫ ପକ୍ଷରୁ ବ୍ୟାପକ ତଲାସ ଜାରି ରହିଛି।

Get real time updates directly on you device, subscribe now.