fbpx

ବଡ ଖବର : ୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ଦେଇପାରିବେ ମ୍ୟାଟ୍ରିକ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର):୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମସ୍ତ ପିଲା ମ୍ୟାଟ୍ରିକ ପରୀକ୍ଷା ଦେଇପାରିବା ନେଇ ସରକାର ଘୋଷଣା କରିଛନ୍ତି । ୨୦୨୧ ମେ ମାସରେ ହେବାକୁ ଥିବା ମ୍ୟାଟ୍ରିକ ପରୀକ୍ଷା ଦେଇପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ କହିଲେ ସରକାର। ସେହିପରି ୨୦୧୯-୨୦ର ସମସ୍ତ ଏକାଦଶ ପଢ଼ୁଥିବା ପିଲା ଦେଇପାରିବେ ଯୁକ୍ତ ୨ ପରୀକ୍ଷା ।
ସୂଚନାଯୋଗ୍ୟ ଯେ, କୋଭିଡ୍ ଯୋଗୁଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା । ତେଣୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ହୋଇପାରିନଥିଲା । ଏହା ସହ ପିଲାମାନଙ୍କର ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ ଡାଉଟ୍ କ୍ଲିୟର ପାଇଁ ସ୍ୱତନ୍ତ୍ର କ୍ଲାସ୍ ମଧ୍ୟ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହେବ।

Get real time updates directly on you device, subscribe now.