fbpx

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ପୁରୀ ସେବାୟତମାନଙ୍କର ଏକ ପ୍ରତିନିଧି ଦଳ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ପୁରୀର ସେବାୟତମାନଙ୍କର ଏକ ପ୍ରତିନିଧି ଦଳ ଆଜି ସଂଧ୍ୟାରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଉପନିୟମ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ କେନ୍ଦ୍ର ସରକାର ବାତିଲ କରିଥିବାରୁ ସେମାନେ ଧନ୍ୟବାଦ ଜଣାଇଥିଲେ।


ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ଏବେ ପୁରୀ ବିକାଶପଥରେ ଅଗ୍ରଗାମୀ ହେବ । ଏବଂ ପୁରୀବାସୀଙ୍କ ତ୍ୟାଗ ବ୍ୟର୍ଥ ଯିବାକୁ ଦିଆଯିବ ନାହିଁ ।

Get real time updates directly on you device, subscribe now.