fbpx

ସନ୍ ହସ୍ପିଟାଲ ସାମୟିକ ବନ୍ଦ

କଟକ,୧୦ ।୨(ଓଡିଶା ଭାସ୍କର): ସାମୟିକ ଭାବେ ବନ୍ଦ ହୋଇଛି କଟକର ଘରୋଇ ସନ୍ ହସ୍ପିଟାଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସନ୍ ହସ୍ପିଟାଲ ସାମୟିକ ଭାବେ ବନ୍ଦ ହୋଇଛି । ଅଗ୍ନିକାଣ୍ଡ ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ’ କଜ୍ ନୋଟିସ୍ ହୋଇଥିଲା । ସନ୍ତୋଷଜନକ ଉତ୍ତର ନମିଳିବାରୁ ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ । ସନ୍ ହସ୍ପିଟାଲ ବନ୍ଦ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଯେପର୍ଯ୍ୟନ୍ତ ସନ୍ତୋଷଜନକ ଉତ୍ତର ନମିଳିଛି, ସେଯାଏଁ ହସ୍ପିିଟାଲ ବନ୍ଦ ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସନରେ ଟ୍ରିଟମେଣ୍ଟ ଓ ଟେଷ୍ଟିଂ ବନ୍ଦ ରହିବ ।’

Get real time updates directly on you device, subscribe now.