fbpx

ରାଶିଫଳ (ଗୁରୁବାର, ୧୧ ଫେବୃୟାରୀ ୨୦୨୧)

ମେଷ – ଆଜି ଭାଗ୍ୟ ସାଥ ଦେବ ତେଣୁ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ମନମୁତାବକ ଧନ ସଂଚୟ ହେବ । କୌଣସି ପ୍ରକାର ମାନସମ୍ମାନ ପ୍ରାପ୍ତି ହେବ । ମାତ୍ର ସ୍ୱାସ୍ଥ୍ୟ କିଛି ମାତ୍ରାରେ ବିଗିଡିବ, ଚୋରିଭୟ ରହିବ । ବିଦ୍ୟାର୍ଥିମାନେ ଆତ୍ମନିର୍ଭରଶିଳ ହେବେ ।

ବୃଷ – ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ମାତ୍ର ଦିନର ଦ୍ୱିତୀୟାର୍ଦ୍ଧରେ ସତର୍କ ରହିବେ ନଚେତ ହେବାକୁ ଥିବା କାମ ବିଗିଡି ଜିବ । ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବେ ।

ମିଥୁନ – ଏହି ରାଶିର ଲୋକମାନଙ୍କୁ ଆଜିିି କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ଆୟଠାରୁ ବ୍ୟୟାଧିକ ପରିସ୍ଥିତି ହେତୁ ରକ୍ତଚାପ ବଢିବ । ମାନସିକ ଅଶାନ୍ତି ପରିଲକ୍ଷିତ ହେବ ।

କର୍କଟ – ସମୟର କୁ-ପ୍ରଭାବ ରହିବ ତେଣୁ ବ୍ୟବସାୟରେ ନୁତନ କିଛି କରବେ ନାହିଁ କିମ୍ବା ଦୁରଯାତ୍ରା କରିବେ ନୁହେଁ ମାତ୍ର ମନମୁତାବକ ସମୟ ଅତିବାହିତ କରିବାରେ ଭାଗ୍ୟ ସାଥ ଦେବ । ବିବାହଯୋଗ୍ୟ ପିଲାମାନଙ୍କର ବିବାହର ସୁଯୋଗ ଷୃଷ୍ଟି ହେବ ।

ସିଂହ – ଦିନଟି ବ୍ୟବସାୟିକ ଦିଗରୁ ଶୁଭଫଳ ଦାୟକ ହେବ । ମନର ଆଶା ପୁରଣ ହେବ, ନୁତନଦ୍ରବ୍ୟ ସତ୍ କାର୍ଯ୍ୟରେ ଦାନ କରିବାର ଅବସର ମିଳିବ, ସାହିପଡିସାରେ ନିଜର ପତିଆରା ରହିବ, ଆର୍ଥିକ ଉର୍ଣ୍ଣତିର ସମ୍ଭାବନା ବୃଦ୍ଧି ହେବ ।

କନ୍ୟା – ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, କର୍ମକ୍ଷେତ୍ରରେ ମନମୁତାବକ ଶୁଭଫଳ ପ୍ରାପ୍ତିହେବ, ସାଂସାରିକ ଜୀବନ ସୁଖଶାନ୍ତିଭରା ରହିବ, ସମାଜରେ ଲୋକ ସମ୍ପର୍କ ବଢିବ, ମହିଳାମାନଙ୍କ ପାଇଁ ଅଧିକ ଶୁଭ ଦିନଟିଏ ରହିବ ।

ତୁଳା – ଦିନଟି ସୁରୁଖୁରୁରେ ଅତିବାହିତ ହେବ ମାତ୍ର ମାତ୍ରାଧିକ ର୍ଖଚ୍ଚ ବଢିବ, ନୂଆକରି କିଛି ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ପରିମାଣରେ ବୃଦ୍ଧି ପାଇବ । ମାତ୍ର ମନ କିଛି ଅଯଥା କଥାକୁନେଇ ଭାରାକ୍ରାନ୍ତ ରହିବ ।

ବିଛା – ଦିନଟି ମନମୁତାବକ ପରିବେଷ ତଥା ସୁଖଶାନ୍ତିରେ ଅତିବାହିତ ହେବ ମାତ୍ର ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ । କର୍ମ କ୍ଷେତ୍ର ସାହାଯ୍ୟ ସହଯୋଗ ଭରା ପରିବେଷ ମଧ୍ୟରେ ଅତିବାହିତ ହେବ । ନିଜର କର୍ମଭୁମିରେ କୌଣସି ଭଲକାମ କରି ପ୍ରସଂସିତ ହେବେ ।

ଧନୁ – ଏହି ରାଶିର ଲୋକମାନଙ୍କ ପାଇଁ ଶୁଭ ଗ୍ରହଚଳନ ପ୍ରଭାବରେ ଦିନଟି ଆନୋନ୍ଦଲ୍ଲାସରେ ଅତିବାହିତ ହେବା ସଙ୍ଗେସଙ୍ଗେ ଆର୍ଥିକ ଅଭିବୃଦ୍ଧି ହେବ, ଅଚାନକ କିଛି ଶୁଭ ଖବର ପାଇ ଆତ୍ମବଳ ଦ୍ୱିଗୁଣିତ ହେବ, ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ ।

ମକର – ଶୁଭଗ୍ରହଙ୍କର ପ୍ରଭାବ ରହିବ ତେଣୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗ ସ୍ୱଚ୍ଛଳ ହେବ, ଓøøଷଧ ବ୍ୟବସାୟି କ୍ଷମତା ଠାରୁ ଅଧିକ ଲାଭ ପାଇବେ ।

କୁମ୍ଭ – ଦିନଟି ବ୍ୟବସାୟିକ ଦିଗରୁ ଉତମ ରହିବ, ଆର୍ଥିକ ଦିଗଟି ସ୍ୱଛଳ ରହିବ, ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବାରେ ସକ୍ଷମ ହେବେ । ସାଂସାରିକ ଏବଂ ପ୍ରେମ କରୁଥିବା ପିଲାମାନଙ୍କର ଜୀବନ ଆଶାଠାରୁ ଅଧିକ ସୁଖରେ କଟିବ ।

ମୀନ – କର୍ମ ସଂସ୍ଥାନରେ ଅଧିନସ୍ଥ କର୍ମଚାରିଙ୍କର ସମ୍ପୁନ୍ନ ସହଯୋଗ ମିଳିବ, ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ଶତୃମାନେ ପରାହତ ହେବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।

Get real time updates directly on you device, subscribe now.