fbpx

ଆଜିଠାରୁ ଦେଶରେ ମହଙ୍ଗା ହେଲା ବିମାନ ଯାତ୍ରା

ନୂଆଦିଲ୍ଲୀ  , ୧୧ ।୨(ଓଡିଶା ଭାସ୍କର) :  ବିମାନ ରେ ଯାତ୍ରା କରିବାକୁ ହେଲେ ଏବେ ଆପଣଙ୍କୁ ଦେବାକୁ ହେବ ଅଧିକ ଅର୍ଥ ।  ଆଜିଠାରୁ ଦେଶରେ ମହଙ୍ଗା ହେଲା ବିମାନ ଯାତ୍ରା । ବିମାନ ଯାତ୍ରୀଙ୍କୁ ଏବେ ଦେବାକୁ ପଡ଼ିବ ୩୦ ପ୍ରତିଶତ ଅଧିକ ଅର୍ଥ । ଏହି ବର୍ଦ୍ଧିତ ଭଡ଼ା ମାର୍ଚ୍ଚ ୩୧ ତାରିଖ ଯାଏ ଜାରି ରହିବ ।ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିଛି ।

ଅଢ଼େଇରୁ ୩ ଘଣ୍ଟାର ଯାତ୍ରା ପାଇଁ ଦେବାକୁ ପଡିବ ସର୍ବାଧିକ ଭଡ଼ା ୨୦,୪୦୦ ଟଙ୍କା । ୩ରୁ ସାଢ଼େ ୩ ଘଣ୍ଟାର ଯାତ୍ରା ପାଇଁ ଦେବାକୁ ପଡିବ ସର୍ବନିମ୍ନ ଭଡ଼ା ୭୨୦୦ ଟଙ୍କା । ୩ରୁ ସାଢ଼େ ୩ ଘଣ୍ଟାର ଯାତ୍ରା ପାଇଁ ଦେବାକୁ ପଡିବ ସର୍ବାଧିକ ଭଡ଼ା ୨୪୨୦୦ ଟଙ୍କା ।

Get real time updates directly on you device, subscribe now.