fbpx

ଗୋବିନ୍ଦପାଲ୍ଲୀ କଳା ମହାବିଦ୍ୟାଳୟରେ ପାନୀୟଜଳ ସମସ୍ୟା।

ଖଇରପୁଟ:୧୨/୦୨: -ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀରେ କଳା ମହାବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି।ପଞ୍ଚାୟତର ସଦର ମହକୁମାରେ ରହି ମଧ୍ୟ ଦୀପ ତଳ ଅନ୍ଧାର ଭଳି ସତେ ଯେମିତି ମନେ ହେଉଛି।ଦୁଇ ଦୁଇଟି ନଳକୂପ ଅଚଳ ହୋଇ ପଡ଼ିଛି।ଯେଉଁ ଦୁଇଟି ନଳକୂପ ଖୋଳା ଯାଇଛି ସେଠାରୁ ପାଣି ବାହାରୁ ନାହିଁ।ଯାହା ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କଲେଜ ଛାତ୍ର ଛାତ୍ରୀ।ଲକଡାଉନ ଶେଷ ହେବା ପରେ ଏବେ କଲେଜ ମୁଁହା ଛାତ୍ର ଛାତ୍ରୀ ମାନେ ପାନୀୟ ଜଳ ସମସ୍ୟା ଉପୁଜୁଥିବାରୁ କଲେଜ ଆସିବାକୁ ଅମଙ୍ଗ ହେଉଛନ୍ତି ।ଏପଟେ ଉପରିସ୍ଥ ଅଧିକାରୀଙ୍କୁ କଲେଜ ଅଧକ୍ଷ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ କେହି ସରକାରୀ ବାବୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି କଲେଜ ଅଧକ୍ଷ।ଆଖ ପାଖ ସମସ୍ତ ଛାତ୍ର ଛାତ୍ରୀଙ୍କ ସାହା ଭରସା ଏହି ମହାବିଦ୍ୟାଳୟ ହେଲେ ପଞ୍ଚାୟତ ସଦର ମହକୁମା ରେ ରହି ସରକାରୀ ବାବୁ କାହିଁକି ଏହାକୁ ଦୃଷ୍ଟି ଦେଉନାହାନ୍ତି ତାହା ଚିନ୍ତାଜନକ।

Get real time updates directly on you device, subscribe now.