SCB ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ

କଟକ,୧୨ ।୨(ଓଡିଶା ଭାସ୍କର): କଟକ SCB ମେଡିକାଲ ପାଇଁ ସମ୍ପ୍ରସାରଣ ପ୍ରସଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ତାଳଦଣ୍ଡା କେନାଲ ରାସ୍ତାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ରାଣୀହାଟ ପୋଲଠାରୁ ମାତୃଭବନ ଯାଏ ଉଚ୍ଛେଦ ହେବ । ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଜବରଦଖଲକୁ ଉଚ୍ଛେଦ କରୁଛି ପ୍ରଶାସନ ।

ତେବେ ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍ର ରାସ୍ତାକୁ ୩ ଲେନ୍ ରାସ୍ତା ସହିତ ସଂଯୋଗ ପାଇଁ ସମୀକ୍ଷା ପରେ ନିଷ୍ପତି ନିଆଯାଇଛି । ତାଳଦଣ୍ଡା କେନାଲର ଡାହାଣ ପାର୍ଶ୍ୱରେ ଥିବା ଯୋବ୍ରାରୁ ହିନ୍ଦ ସିନେମା ହଲ ରାସ୍ତା, ବାମ ପଟ କେନାଲ ଯୋବ୍ରାରୁ କଟକ ସୁଇଟ୍ ଷ୍ଟଲ୍ ଯାଏଁ ରାସ୍ତାର ସମ୍ପ୍ରସାରଣ ପାଇଁ ନିଷ୍ପତି ହୋଇଛି । ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ କଟକ ଗସ୍ତ ସମୟରେ କଟକ ବଡ ମେଡିକାର ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ ।