fbpx
BJD SKY
BJD SKY

ମୋଦି ସରକାର ଚୀନ ପାଖରେ ଆତ୍ମସମର୍ପଣ କରିଛନ୍ତି: ରାହୁଲ

BJD

ନୂଆଦିଲ୍ଲୀ, ୧୨ା୨: ପୂର୍ବ ଲଦାଖରେ ଚୀନ ସହ ଭାରତର ଉତ୍ତେଜନା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି । ରାହୁଲ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଭାରତର କିଛି ଅଂଶ ଚୀନକୁ ହସ୍ତାନ୍ତର କରିଛନ୍ତି । ରାହୁଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ନିଜର ପ୍ରତିକ୍ରିୟା ପ୍ରଦାନ କରିଛନ୍ତି ।

ରାହୁଲ ଅଭିଯୋଗ କରିଛନ୍ତି ଯେ, ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଥିରେ କୌଣସି ସତ୍ୟତା ନାହିଁ । ସେ ନେଇ ଆଲୋଚନା ହେବା ଦରକାର । ମୋଦି ସରକାର ଭୟରେ ଚୀନ ସହିତ ଚୁକ୍ତି କରିଛନ୍ତି, ଯାହାର ମୂଲ୍ୟ ଭାରତକୁ ଦେବାକୁ ପଡ଼ିବ । ସରକାର ଚୀନ ସହ ମୁକାବିଲା କରିବା ବଦଳରେ ଆତ୍ମସମର୍ପଣ କରିଦେଇଛନ୍ତି । ଚୀନ ସେନା ପାଙ୍ଗୋଙ୍ଗ, ଦେପସାଙ୍ଗ ସ୍ଥାନରେ ରହିଥିଲେ । ଭାରତୀୟ ସେନା ଚୀନର ମୁକାବିଲା ଜାରି ରଖିଥିବା ସମୟରେ ମୋଦି ସରକାର ଭାରତର ଜମିନ ଛାଡ଼ିଦେବା ଭିରୁତାର ପରିଚୟ ଅଟେ । ସରକାର ଯବାନଙ୍କ ସହିତ ବିଶ୍ୱାସଘାତ କରୁଛନ୍ତି ବୋଲି ରାହୁଲ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.