fbpx

ରିମାଣ୍ଡରେ ଗଲେ ପାଠକ ବାପ-ପୁଅ

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ଦିନିକିଆ ରିମାଣ୍ଡରେ ଗଲେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ । ବ୍ରହ୍ମପୁର ଜେଲରୁ ଉଭୟଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ । ୩ଟି ମାମଲାରେ ଉଭୟଙ୍କୁ ପଚରାଉଚରା କରାଯିବ ।

ତେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଠକେଇ ମାମଲାରେ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଯୋଡ଼ିଛି ପୋଲିସ । ଗୋଳନ୍ଥରା ଥାନାରେ ହୋଇଥିବା ୩ଟି ଠକେଇ ମାମଲାରେ ଯୋଡ଼ିଛି । ପୂର୍ବରୁ ୩ଟି ମାମଲାରେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ ।

Get real time updates directly on you device, subscribe now.