ଦିଲ୍ଲୀ, ୧୫ା୨: ଦିଲ୍ଲୀରେ ପେଟ୍ରୋଲ ଲିଟର ପାଖାପାଖି ୧୦୦ ଟଙ୍କାକୁ ଛୁଇଁଛି । ଗତ ସପ୍ତାହକ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢ଼ି ଚାଲିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ୯୫.୪୬ ଟଙ୍କା ଓ ଦିଲ୍ଲୀରେ ୮୮.୯୯ ଟଙ୍କା ରହିଛି । ଏହିପରି ତୈଳ ଦର ବୃଦ୍ଧି ଜାରି ରହିଲେ ଖୁବଶୀଘ୍ର ତିନି ଅଙ୍କ ଛୁଇଁବାର ସମ୍ଭାବନା ରହିଛି ।
ଦିଲ୍ଲୀରେ ତୈଳ ମାର୍କେଟିଂ କମ୍ପାନୀମାନେ ପେଟ୍ରୋଲ ଲିଟର ପିଛା ୨୬ ପଇସା ଓ ଡିଜେଲ ଲିଟର ପିଛା ୨୯ ପଇସା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପଟ୍ରୋଲ ଲିଟର ୮୮.୯୯ ଟଙ୍କା ଓ ଡିଜେଲ ଲିଟର ୭୯.୩୫ ଟଙ୍କା ରହିଛି । ଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୨.୦୬ ଟଙ୍କା ଓ ଡିଜେଲ ଲିଟର ପିଛା ୨.୫୬ ଟଙ୍କା ବୃଦ୍ଧି ପାଇଛି ।
ସମଗ୍ର ଦେଶରେ ପେଟ୍ରୋଲ ଲିଟର ପିଛା ୨୩ରୁ ୨୬ ପଇସା ଓ ଡିଜେଲ ଲିଟର ପିଛା ୨୮-୩୦ ପଇସା ବୃଦ୍ଧି ଘଟିଛି । ଦୁଇଟି ପେଟ୍ରୋଲିୟମ ଉତ୍ପାଦ ଉପରେ ଲାଗୁ ହେଉଥିବା ଟ୍ୟାକ୍ସ ସକାଶେ ତୈଳ ଦର ବୃଦ୍ଧି ଘଟିଥିବା କୁହାଯାଇଛି ।