fbpx

ଏହା ଖାଇବା ଶରୀର ପାଇଁ ହୋଇପାରେ କ୍ଷତିକାରକ, ବାର୍ଦ୍ଧକ୍ୟରେ ଏହି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ

ବୟସ ବଢ଼ିବା ସହିତ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ଓ ମାଂସପେଶୀ ଦୁର୍ବଳ ହେବାରେ ଲାଗେ । ସେଥିପାଇଁ ବୟସ ୫୦ ଅତିକ୍ରମ କରିବା ପରେ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଦରକାର । ଶରୀର ଦୁର୍ବଳ ହେବା କାରଣରୁ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଭାବ ଆମ ଶରୀରରେ ଠିକ ଭାବେ ପଡ଼େ ନାହିଁ, ଯାହାକି ଆମ ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ବୟସ ବୃଦ୍ଧି ସହିତ କେଉଁ ଜିନିଷ ଗୁଡ଼ିକୁ ଖାଇବାରୁ ଦୂରେଇ ରଖିବା ଉଚିତ ।

– କଞ୍ଚା ପନିପରିବାରେ ଭିଟାମିନ୍ ଓ ଫାଇବର ଭରପୁର ମାତ୍ରାରେ ରହିଥାଏ । ଅଧିକାଂଶ ଲୋକ କିଛି କଞ୍ଚା ପରିବାକୁ ସାଲାଡ୍ କରି ଖାଇଥାନ୍ତି । ଅଧିକ ବୟସରେ ଯଦି ଆପଣଙ୍କର ଦାନ୍ତ କମଜୋର ଥାଏ ତେବେ ଆପଣ ଏହା ଖାଇବା ଅନୁଚିତ । କଞ୍ଚା ଖାଇବା ଅପେକ୍ଷା ଆପଣ ରାନ୍ଧି ଖାଇବା ଠିକ ହେବ । ଆପଣ ପୋଷକ ତତ୍ତ୍ୱ ପାଇଁ ଗାଜର, କଖାରୁ ଓ ବିଲାତିକୁ ଜୁସ କରି ପିଇପାରିବେ ।

– ଯଦି ଆପଣଙ୍କର ବୟସ ୫୦ ଅତିକ୍ରମ କରିଗଲାଣି, ତେବେ ଆପଣ ଅଧିକ ଲୁଣଯୁକ୍ତ ଖାଦ୍ୟ ଖାଇବା ଅନୁଚିତ । ଏହି ବୟସରେ ପ୍ରତିଦିନ ୨୩୦୦ ଗ୍ରାମ ସୋଡିୟମ ଗ୍ରହଣ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଅଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କର ବ୍ଲଡପ୍ରେସର ବଢ଼ିଥାଏ, ଯାହାକି ହୃଦରୋଗ, ହାର୍ଟଆଟାକ ଆଦି ଆଶଙ୍କାକୁ ଡାକି ଆଣିଥାଏ । ଶରୀରରେ ସୋଡିୟମର ମାତ୍ରାକୁ ହ୍ରାସ କରିବା ପାଇଁ ପ୍ରକ୍ରିୟାକୃତ ଖାଦ୍ୟ ଓ ବାହାରର ଖାଦ୍ୟକୁ ବର୍ଜନ କରିବା ଦରକାର ।

– ତାଜା ସେଓରେ ଭିଟାମିଟ, ଫାଇବର ଓ ପୋଷକ ତତ୍ତ୍ୱ ରହିଥାଏ । ଅଧିକ ବୟସରେ ସେଓ ଆଦି ଫଳ ଖାଇବା ଦ୍ୱାରା ଆପଣଙ୍କର ଦାନ୍ତ ଯନ୍ତ୍ରଣା ଆଦି ସମସ୍ୟା ସୃଷ୍ଟି କରିଥାଏ । ଏଥିପାଇଁ ଆପଣ କଦଳୀ, ତରଭୁଜ ଆଦି ଫଳ ସେବନ କରିପାରିବେ ।

Get real time updates directly on you device, subscribe now.