fbpx

କେନାଲକୁ ବସ୍ ଖସିବାରୁ ୩୮ ମୃତ, ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ସିଦ୍ଧି,୧୬ ।୨: ମଧ୍ୟପ୍ରଦେଶର ସିଦ୍ଧିରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । କେନାଲକୁ ବସ୍ ଖସିପଡିବାରୁ ବର୍ତ୍ତମାନ ସୁଦ୍ଧା ୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ରିୱା-ସିଦ୍ଧି ସୀମା ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି । ତେବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବସରେ ୫୪ ଜଣ ଯାତ୍ରୀ ଥିଲେ । ସିଦ୍ଧିରୁ ସତନା ଯାଉଥିବା ବସଟି ଆଜି ସକାଳେ କେନାଲକୁ ଖସି ପଡିଥିଲା । ରାସ୍ତାରେ ବୋଲର ଗାଡିକୁ ସାଇଡ ଦେବା ବେଳେ ନିୟନ୍ତ୍ରଣ ହରାଇ ବସଟି କେନାଲକୁ ଖସିପଡିଥିବା ଜଣାପଡିଛି ।

ତେବେ ଏନଡିଆରଏଫ ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

Get real time updates directly on you device, subscribe now.