fbpx

ଏଣିକି ପ୍ରବଚନ ଦେଇପାରିବେ ସାରଥି

କଟକ,୧୬ ।୨(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ସାରଥି ବାବା ଓରଫ ସନ୍ତୋଷ ରାଉଳ ବିଷୟରେ ବଡ ଖବର । ଏଣିକି ପ୍ରବଚନ ଦେଇପାରିବେ ସାରଥି । ସାରଥିଙ୍କୁ ପ୍ରବଚନ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାରଥି ପ୍ରବଚନ ଦେଇପାରିବେ । କୋଭିଡ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥି ଅପିଲ କରିଥିଲେ ।

ସୂଚନାଯୋଗ୍ୟ ଯେ, ଜୁଲାଇ ୨୨ରେ ଆତ୍ମଘୋଷିତ ବାବା ସାରଥିଙ୍କ ହାଇକୋର୍ଟରେ ସର୍ତମୂଳକ ଜାମିନ ମଞ୍ଜୁର ହୋଇଥିଲା । ୨ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାରଙ୍କ ସର୍ତ୍ତ ପରେ ତାଙ୍କୁ ଜାମିନ ଦିଆଯାଇଥିଲା । ସାରଥିଙ୍କ ନାଁରେ ତିନୋଟି ମାମଲା ରହିଥିଲା । ଦୁଇଟି ମାମଲାର ଜାମିନ ପୂର୍ବରୁ ମିଳିଥିବା ବେଳେ ସୋମବାର ଦିନ ଅନ୍ୟ କେନ୍ଦ୍ରାପଡ଼ା ବାରିମୂଳ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା । ୨୦୧୫ ଅଗଷ୍ଟ ୭ରେ ଭଣ୍ଡ ସାରଥିଙ୍କ ଅନୈତିକ କାର୍ଯ୍ୟକଳାପ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କର ଗିରଫଦାରୀକୁ ନେଇ ବାରିମୂଳରେ ହିଂସାକାଣ୍ଡ ଘଟିଥିଲା।

Get real time updates directly on you device, subscribe now.