fbpx

ଏପ୍ରିଲ ୧ ରୁ ମୋବାଇଲରେ କଥା ହେବା ଓ ଇଣ୍ଟରନେଟ୍ ବ୍ୟବହାର ହେବ ମହଙ୍ଗା

ନୂଆଦିଲ୍ଲୀ,୧୭ ।୨: ଟେଲିକମ୍ କମ୍ପାନୀଗୁଡିକ ଆସନ୍ତା ମାସରେ ଟାରିଫ୍ ପ୍ଲାନ ବଢାଇପାରନ୍ତି । ଯେଉଁ କାରଣରୁ ମୋବାଇଲରେ କଥା ହେବା ଏବଂ ଇଣ୍ଟରନେଟ୍ ବ୍ୟବହାର କରିବା ଗ୍ରାହକମାନଙ୍କୁ ମହଙ୍ଗା ପଡିପାରେ । ଟେଲିକମ୍ କମ୍ପାନୀଗୁଡିକ ୧ ଏପ୍ରିଲରୁ ହାର ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଆଇସିଆରଏ ରିପୋର୍ଟ ଅନୁଯାୟୀ, କମ୍ପାନୀଗୁଡିକ ଆସନ୍ତା ଏପ୍ରିଲ୍ ୧ ରୁ ୨୦୨୧-୨୨ ଆର୍ଥୀକ ବର୍ଷରେ ସେମାନଙ୍କ ରାଜସ୍ୱ ବୃଦ୍ଧି କରିବାକୁ ଶୁଳ୍କ ବୃଦ୍ଧି କରିପାରିବେ । ତେବେ ସେମାନଙ୍କ ମୂଲ୍ୟ କେତେ ବୃଦ୍ଧି କରାଯିବ ସେନେଇ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ।

ତେବେ କରୋନା ମହାମାରୀ ଟେଲିକମ୍ ଶିଳ୍ପ ଉପରେ ଅଧିକ ପ୍ରଭାବ ପକାଇ ନଥିଲା । ଡାଟା ବ୍ୟବହାର ଏବଂ ଲକଡାଉନରେ ଶୁଳ୍କ ବୃଦ୍ଧି ଯୋଗୁଁ ପରିସ୍ଥିତି ସୁଧୁରିଥିଲା । ୱାର୍କ ଫର୍ମ ହୋମ୍, ଅନଲାଇନ୍ କ୍ଲାସ୍ ହେତୁ ଡାଟା ବ୍ୟବହାର ବୃଦ୍ଧି ପାଇଥିଲା ।

Get real time updates directly on you device, subscribe now.