fbpx

ରାଶିଫଳ (ଗୁରୁବାର, ୧୮ ଫେବୃୟାରୀ ୨୦୨୧)

ମେଷ : ଆଜିର ଦିନଟି ମାନ, ସମ୍ମାନ ଓ ଧନ ସହିତ ଆନନ୍ଦପୂର୍ଣ୍ଣ ପରିବେଶ ମଧ୍ୟରେ ଅତିବାହିତ ହେବ, କର୍ମକ୍ଷେତ୍ରରେ ଆଶାତିତ ସଫଳତା ମିଳିବ, ପ୍ରଶାସନିକ ସେବା ସହିତ ଜଡିତ କିମ୍ବା ଜନପ୍ରତିନିଧି ଶୁଭଫଳ ଅଧିକ ପାଇବେ ।

ବୃଷ : କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ, ସାଂସାରିକ ଜୀବନ ଆନନ୍ଦଭରା ରହିବ, ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୂର ହେବ, କୌଣସି ଯୋଗାଯୋ଼ଗ ସୃୃଷ୍ଟି କରୁଥିବା ଯନ୍ତ୍ର ପ୍ରାପ୍ତ ହେବ ।

ମିଥୁନ : ଶତ୍ରୁ ପରାହତ ହେବା ସହିତ ନୂତନ ଯୋଜନାରେ ସଫଳ ହେବେ, ବ୍ୟବସାୟ ତଥା କର୍ମକ୍ଷେତ୍ରରେ ଆର୍ଥିକ ଉନ୍ନତି ବୃଦ୍ଧି ପାଇବ, ନୂତନ ଭୂମି କିମ୍ବା ଯାନବାହାନ କ୍ରୟ କରିବାର ଅବସର ଆସିପାରେ ।

କର୍କଟ : କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ପେଟଜନିତ ଅସୁବିଧା ଫଳରେ ମନ ଅଶାନ୍ତ ରହିବ । ଗୃହରେ ଅଚାନକ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହେବ, ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ନାହିଁ ।

ସିଂହ : ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଞ୍ଚୟ ପାଇଁ ଦିବସଟି ବେଶ୍ ଉତ୍ତମ । ଚାକିରିରେ ପଦ ମର୍ଯ୍ୟାଦା ପ୍ରାପ୍ତି ହୋଇପାରେ ।

କନ୍ୟା : ଆଜିର ଦିନଟି ବ୍ୟାବସାୟିକ ଦିଗରୁ ଉତ୍ତମ ରହିବ, ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ, ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବେ, ସାଂସାରିକ ଜୀବନ ସୁଖରେ କଟିବ, ମାତ୍ର ଚନ୍ଦ୍ରଶୁଦ୍ଧି ନ ଥିବାରୁ କୌଣସି ଶୁଭକାମ ଅରମ୍ଭ କରିବେ ନାହିଁ ।

ତୁଳା : ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ, ସାଂସାରିକ ଜୀବନ ସୁଖଶାନ୍ତିରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବଢିବ, କର୍ମକ୍ଷେତ୍ରରେ କିଛିନାକିଛି ପରିବର୍ତ୍ତନ ହେବ ।

ବିଛା : ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବା ସହିତ କିଛିନାକିଛି ଶୁଭ ଖବର ମିଳିବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମାତ୍ର ମାନସିକ ସ୍ତରରେ ଦିନ ଭରି ଦ୍ୱନ୍ଦ ମଧ୍ୟରେ ରହିବେ ।

ଧନୁ : ମନ ଶାନ୍ତ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସହଯୋଗ ସହିତ ଆୟ ବଢିବ, ମାତ୍ର ଅଯଥା ବିଶୃଙ୍ଖଳା କିମ୍ବା ପେଟଜନିତ ଅସୁବିଧା ଭୋଗିବେ ।

ମକର : ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ସମସ୍ତଙ୍କର ସୁଭାଜନ ହେବା ସହିତ ଆର୍ଥିକ ଅଭିବୃଦ୍ଧି ପରିଲିକ୍ଷିତ ହେବ, ମାତ୍ର ଛୋଟମୋଟ ଦୁର୍ଘଟଣା ଘଟିପାରେ ତେଣୁ ଟିକିଏ ସତର୍କତା ଅବଲମ୍ବନ କରିବେ ।

କୁମ୍ଭ : ଅଶୁଭଚନ୍ଦ୍ର ପ୍ରଭାବରେ ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ମାତ୍ର ପ୍ରତି କାର୍ଯ୍ୟରେ ସହଯୋଗ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ବୃଦ୍ଧି ପରିଲକ୍ଷିତ ହେବ ।

ମୀନ : ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ, ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।

Get real time updates directly on you device, subscribe now.