fbpx

ରାଜଧାନୀରେ କଡ଼ାକଡ଼ି ହେବ କୋରୋନା କଟକଣା

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ କଡ଼ାକଡ଼ି ହେବ କଟକଣା । ମାସ୍କ ଓ ସାମାଜିକ ଦୂରତା ଚେକିଂ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ରାଜଧାନୀରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ । କମିଶନରେଟ ପୋଲିସର ଏନଫୋର୍ସମେଣ୍ଟ ଟିମ୍ ଏହା ଉପରେ ନଜର ରଖିବ । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି ।

ତେବେ ମହାରାଷ୍ଟ୍ର ପରେ କରୋନାକୁ ଓଡିଶାରେ ସତର୍କତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡର ସାଂପ୍ରତିକ ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ‘ବର୍ତ୍ତମାନ ରାଜ୍ୟରେ କୋଭିଡ କେସ୍ ସଂଖ୍ୟା କମୁଛି । ଏବେ ଲକଡାଉନର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି । ଲୋକେ ନିଜେ ସଚେତନ ରହିଲେ ହିଁ ଲକଡାଉନକୁ ଏଡାଇ ହେବ । ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ୍ ପରି ସଂକ୍ରମଣ ନାହିଁ । ସର୍ଭେଲାନ୍ସ ଟିମ୍ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି । କିଛି ବି ଲକ୍ଷଣ ଦେଖାଗଲେ ନିଜେ ଜଣାନ୍ତୁ, ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।’

Get real time updates directly on you device, subscribe now.