fbpx
BJD SKY
BJD SKY

ରିମାଣ୍ଡରେ ଯିବ ସାଇବର ଠକ

BJD

ବାଲେଶ୍ୱର,୨୦ ।୨(ଓଡିଶା ଭାସ୍କର): ବାଲେଶ୍ୱରରୁ ସାଇବର ଠକକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସାଇବର ଠକ ତଥା ବସ୍ତା ଥାନା ବାରମାଢ଼ିଆ ଗାଁର ସନମୟ ପରିଡ଼ାକୁ ପୋଲିସ ଗିରଫ କରିଛି । ବସ୍ତା ବଜାରରେ ତାଙ୍କର ଆଧାର କରେକ୍ସନ ଓ କିଓସ୍କ ବ୍ୟାଙ୍କ ରହିଛି । ସେ ଗ୍ରାହକଙ୍କ ଅଙ୍ଗୁଠି ଛାପ ଓ ଆଧାର ସଂଗ୍ରହ କରି ଠକୁଥିବା ଅଭିଯୋଗ ହୋଇଛି ।

ଏହା ସହ ଫେକ୍ ଆଇଡି ଖୋଲି ବିଭିନ୍ନ କମ୍ପାନିରୁ ସାମଗ୍ରୀ କିଣୁଥିବା ଅଭିଯୋଗ ହୋଇଛି । ବସ୍ତା, କମର୍ଦ୍ଦା ଓ ଦିଲ୍ଲୀ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଧିକ ତଦନ୍ତ ପାଇଁ ସନମୟ ପରିଡାକୁ ଆଜି ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ ।

Get real time updates directly on you device, subscribe now.