fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୪.୭୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୧ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୪ ଲକ୍ଷ ୭୧ ହଜାର ୪୩୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ୮ କୋଟି ୬୮ ଲକ୍ଷ ୭ ହଜାର ୨୫୩ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୧୬ ଲକ୍ଷ ୩୮ ହଜାର ୩୬୯କୁ ବୃଦ୍ଧି ପାଇଛି । ୨ କୋଟି ୨୩ ଲକ୍ଷ ୨୯ ହଜାର ୯୧ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୯୩ ହଜାର ୯୯୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Get real time updates directly on you device, subscribe now.