fbpx

କରୀନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି: ପୁତ୍ର ସନ୍ତାନର ଜନନୀ ହେଲେ ବେବୋ

ନୂଆଦିଲ୍ଲୀ, ୨୧ା୨: କରୀନା କପୁର ଖାନ ଦ୍ୱିତୀୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର କପୁର ଓ ପଟୌଦି ପରିବାରରେ ଆନନ୍ଦର ଲହରୀ ଖେଳାଇ ଦେଇଛି । କରିନା ଓ ସୈଫଙ୍କ ଫ୍ୟାନମାନେ ଖୁସିରେ ଆତ୍ମହରା ହେବା ସହ ନୂଆ ଅତିଥିକୁ ସ୍ୱାଗତ କରିଛନ୍ତି । ସୈଫ ଓ କରୀନା ଦୁହେଁ ୨୦୨୦ ମସିହା ଅଗଷ୍ଟ ମାସରେ ଦ୍ୱିତୀୟ ସନ୍ତାନ ବିଷୟରେ ପ୍ରକାଶ କରିଥିଲେ । ପୂର୍ବଥର ପରି ଏଥର ଗର୍ଭଧାରଣ ସମୟରେ କରୀନା ନିଜର କାର୍ଯ୍ୟ ଜାରି ରଖିଥିଲେ । ପ୍ରେଗନେଣ୍ଟ ଥିବା ସମୟରେ ମହିଳାମାନେ କାର୍ଯ୍ୟ କରିବା ଉଚିତ । ଆକ୍ଟିଭ ରହିବା ଉଭୟ ମାଆ ଓ ସନ୍ତାନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ବୋଲି କରୀନା ଏକ ସାକ୍ଷାତକାରରେ କହିଥିଲେ ।

Get real time updates directly on you device, subscribe now.