fbpx

ବଜେଟକୁ ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର,୨୨ ।୨(ଓଡିଶା ଭାସ୍କର): ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଲୋକଭିମୁଖୀ ଓ ବିକାଶକୁ ବଢାଇବା ଭଳି ବଜେଟ୍ । ନୂଆ ଓଡିଶା ଓ ସଶକ୍ତ ଓଡିଶା ପାଇଁ ଏହି ବଜେଟ୍ କାମ କରିବ । କୋଭିଡ ସ୍ଥିତି ଓ ଲକଡାଉନ୍ ଯୋଗଁ ଗତବର୍ଷ ନଷ୍ଟ ହୋଇଗଲା । ଚଳିତ ବଜେଟରେ ୧ ଲକ୍ଷ ୭୬ ହଜାର କୋଟି ଅଟକଳ ଏକ ଭଲ ପଦକ୍ଷେପ । ଏହା ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ ।’ ଏହା ସହ ବଜେଟ ପ୍ରସ୍ତୁତିରେ ସଂଶ୍ଲିଷ୍ଟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.