fbpx

ନିର୍ଭୟା ଦୋଷୀଙ୍କୁ କ୍ଷମା ଦେବାକୁ କହିଲେ ଆଇନଜୀବୀ ଇନ୍ଦିରା ଜୟସିଂ

ନୂଆଦିଲ୍ଲୀ, ୧୮ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ଜଣ ଦୋଷୀଙ୍କୁ କ୍ଷମା ଦେବାକୁ ଆଇନଜୀବୀ ଇନ୍ଦିରା ଜୟସିଂ କହିଛନ୍ତି । ଦୋଷୀଙ୍କୁ କ୍ଷମା ଦେବାକୁ ନିର୍ଭୟା ମାଆଙ୍କୁ କହିଛନ୍ତି ଇନ୍ଦିରା । ସୋନିଆ ଏହାସହ ଗାନ୍ଧିଙ୍କ ଉଦାହରଣ ଦେଇଛନ୍ତି ଜୟସିଂ । ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ କ୍ଷମା କରିଥିଲେ ସୋନିଆ ଗାନ୍ଧି ।

ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ଗତକାଲି ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା । ଏହାସହ ଫାଶୀଦଣ୍ଡ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା । ଏହାସହ ଗତକାଲି ପଟିଆଲା ହାଉସ କୋର୍ଟ ପକ୍ଷରୁ ନୂଆ ଡ଼େଥ ୱାରେଣ୍ଟ ଜାରି କରାଯାଇଛି । ଜାନୁଆରି ୨୨ତାରିଖ ବଦଳରେ ଫେବୃଆରୀ ୧ ତାରିଖ ଦିନ ସକାଳ ୬ଟାରେ ୪ଦୋଷୀଙ୍କୁ ଫାଶୀ ଦିଆଯିବ । ତିହାର ଜେଲରେ ସେମାନଙ୍କୁ ଫାଶୀ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଥିବା ସୂଚନା ରହିଛି ।

ଗତ ୧୪ତାରିଖ ଦିନ କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଥିଲା । ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ । ବିନୟ ଓ ମୁକେଶ ଆବେଦନ କରିଥିଲେ କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠରେ ଏହି ଆବେଦନକୁ ଖାରଜ କରାଯାଇଥିଲା । ଏହି ଆବେଦନ ଖାରଜ ପରେ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିିଥିଲା । ରାଜକ୍ଷମା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଖରେ ଆବେଦନ କରାଯାଇଥିଲା । ତିହାର ଜେଲ କର୍ତ୍ତୃପକ୍ଷଙ୍କ ଜରିଆରେ ଏହି ଆବେଦନ କରାଯାଇଥିଲା ।

Get real time updates directly on you device, subscribe now.