fbpx

କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

କୋଲକାତା,୧୯ ।୧: କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ୮୫ ବର୍ଷ ବୟସରେ ଆଜି ପରଲୋକ ଘଟିଛି । କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଅସୁସ୍ଥତା ଯୋଗୁଁ ବହୁ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ଥିଲେ ସୁନନ୍ଦା । ସାହିତ୍ୟ ଓ ସଙ୍ଗୀତରେ ଡକ୍ଟରେଟ ଲାଭ କରିବା ସହ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ସହ ତାଙ୍କୁ ଉତ୍କଳ  ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଙ୍ଗୀତରେ ନୀଳମାଧବ, ସୁବର୍ଣ୍ଣମୁଖୀ ଭଳି ୯ଟି ରାଗ ସେ ସୃଷ୍ଟି କରିଥିଲେ । ତେବେ ସୁନନ୍ଦାଙ୍କ ଉପରେ ନିର୍ମାଣ ହୋଇଥିବା ‘ନୀଳମାଧବ’କୁ ଜାତୀୟ ପୁରସ୍କାର ମିଳିଥିଲା ।

Get real time updates directly on you device, subscribe now.