fbpx

୫୫ ବର୍ଷ ପୂର୍ବେ ଦେଇଥିଲେ ତଲାକ୍, ଏବେ ପୁଣି କଲେ ବିବାହ

ନୂଆଦିଲ୍ଲୀ, ୨ା୩: ଆମେରିକାର ଲାସ ଭୋଗାସରେ ପ୍ରେମ ବିବାହକୁ ନେଇ ରୋମାଞ୍ଚକର କାହାଣୀ ସାମନାକୁ ଆସିଛି । ଜଣେ ୭୮ ବର୍ଷୀୟ ମହିଳା ଡିଏନ ରେନାଣ୍ଡ ୧୯୬୫ ମସିହାରେ ନିଜ ସ୍ୱାମୀଙ୍କୁ ତଲାକ ଦେଇଥିଲେ । ତଲାପ ପରେ ତାଙ୍କର ସ୍ୱାମୀ ଡେନିସ ଆଉ ଦୁଇ ଜଣ ମହିଳାଙ୍କୁ ବିବାହ କରିଥିଲେ । ରେନାଣ୍ଡ ମଧ୍ୟ ଦ୍ୱିତୀୟ ଥର ପାଇଁ ବିବାହ କରି ୪ଟି ସନ୍ତାନର ଜନନୀ ହୋଇଥିଲେ । ନିଜର ଦ୍ୱିତୀୟ ପୁତ୍ରର ଅନ୍ତିମ ସଂସ୍କାର ସମୟରେ ଦୀର୍ଘ ୫୫ ବର୍ଷ ପରେ ରେନାଣ୍ଡଙ୍କର ନିଜର ପୂର୍ବ ସ୍ୱାମୀ ଡେନିସଙ୍କ ସହ ସାକ୍ଷାତ ହୋଇଥିଲା ।

ଦିନେ ରେନାଣ୍ଡ ପୂର୍ବ ସ୍ୱାମୀ ଡେନିସଙ୍କୁ ନିଜ ଘରକୁ ଡକାଇଥିଲେ ଓ ପରସ୍ପର ସହିତ ସୁଖଦୁଃଖ ଶେୟାର କରିଥିଲେ । ରେନାଣ୍ଡ ନିଜର ଅତୀତକୁ ମନେପକାଇ ଭାବପ୍ରବଣ ହୋଇଉଠିଥିଲେ । ଏହା ମଧ୍ୟରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କରୋନା କାରଣରୁ ବିବାହ ଉତ୍ସବକୁ ଧୁମଧାମରେ ପାଳନ କରିପାରିନଥିଲେ । ଶାରୀରିକ ଦୃଷ୍ଟିରୁ ଦୁହେଁ ଫିଟ୍ ନଥିଲେ ହେଁ ଦୁହେଁ ପରସ୍ପରଙ୍କ ଦେଖାଶୁଣା ସୁଚାରୁରୂପେ କରୁଛନ୍ତି । ୧୯୬୧ ମସିହାରେ ୧୮ ବର୍ଷ ବୟସର ଦୁହେଁ ପ୍ରଥମ ଥର ପ୍ରେମ ବିବାହ କରିଥିଲେ ।

Get real time updates directly on you device, subscribe now.