fbpx

ଅଞ୍ଜନା ମାମଲା: ଟିଆଇ ପରେଡ ପାଇଁ ଆବେଦନ

ଭୁବନେଶ୍ୱର, ୨ା୩ : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ପାଇଁ ଆବେଦନ ହୋଇଛିି । ସିବିଆଇର ସ୍ପେଶାଲ ସିଜେଏମ କୋର୍ଟରେ ଟିଆଇ ପରେଡ ପାଇଁ ଆବେଦନ କରାଯାଇଛି । ସିବିଆଇ କୋଲକାତା ପକ୍ଷରୁ ଟିଆଇ ପରେଡ ପାଇଁ ଆବଦନ ହୋଇଛି । ବିବନକୁ ୫ ଦିନିଆ ରିମାଣ୍ଡରେ ନେବା ଲାଗି ମଧ୍ୟ ସିବିଆଇ ଆବେଦନ କରିଛି ।

ତେବେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ଦୀର୍ଘ ୨୨ ବର୍ଷ ପରେ ଗିରଫ ହୋଇଛି । ୧୯୯୯ ମସିହା ଜାନୁଆରୀ ମାସ ୬ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ ଏକ କାର ଭିତରେ ଏହି ଗଣଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ବିବନ ମହାରାଷ୍ଟ୍ର ପୁଣେରେ ସେ ନିଜର ନାମ ବଦଳାଇ ଜଳନ୍ଧର ସ୍ୱାଇଁ ରଖିଥିଲା । ସେଠାରେ ସେ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ପଦିଆ ଓ ଟୁନିଆ ଗିରଫ ହୋଇଥିଲେ । ବିବନ ଧରାପଡ଼ିବା ପୋଲିସ ପାଇଁ ଏକ ବହୁତ ବଡ଼ ସଫଳତା ।

Get real time updates directly on you device, subscribe now.