fbpx

ପ୍ରବୀରଙ୍କ ପରିବାରକୁ ମିଳିଲା ସହାୟତା

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ମିଳିଛି ସହାୟତା । ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ୍ କ୍ରମେ ସହାୟତା ପ୍ରଦାନ କରାଯାଇଛି । ପତ୍ନୀ ସସ୍ମିତାଙ୍କୁ ୧୫ ଲକ୍ଷର ଚେକ୍ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ କୋଭିଡ-୧୯ରେ ଆକ୍ରାନ୍ତ ହୋଇ ଆଖିବୁଜିଥିଲେ କରୋନା ଯୋଦ୍ଧା ପ୍ରବୀର ପ୍ରଧାନ । ପ୍ରବୀର ଏକ ବୈଦ୍ୟୁତିକ ଗଣମାଧ୍ୟମର ଭୁବନେଶ୍ୱର ପ୍ରତିନିଧି ଥିଲେ ।

Get real time updates directly on you device, subscribe now.