fbpx

୮ ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଓ ହତ୍ୟା ଧମକ, ଭିଡିଓ ଭାଇରାଲ୍

ସୋର, ୩ା୩ (ଓଡିଶା ଭାସ୍କର): ୮ ଲକ୍ଷ ଟଙ୍କା ପାଇଁ ସୋର ଅଞ୍ଚଳର ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । କୋଲକତାରେ ଯୁବକଙ୍କୁ ପଣବନ୍ଦୀ କରି ରଖାଯାଇଥିବା ଯୁବକଙ୍କ ସ୍ତ୍ରୀ ସୋର ଥାନାରେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ଯୁବକଙ୍କ ହାତ, ଗୋଡ଼ ବାନ୍ଧି ରଖିଛନ୍ତି । ଏଥିସହ ଯୁବକଙ୍କୁ ବନ୍ଧୁକ ମୁନରେ ହତ୍ୟା ଧମକ ଦେଉଥିବା ଭିଡିଓ ଭାଇରାଲ ହୋଇଛି ।

ସୂଚନା ଅନୁଯାୟୀ, ସୋର ଥାନା ଅନ୍ତର୍ଗତ କେଶପୁର ଗ୍ରାମର ତାପସ କୁମାର ମହାନ୍ତି ବାଙ୍ଗାଲୋରରେ କାମ କରନ୍ତି । କିଛିଦିନ ତଳେ ସେ ଘରକୁ ଫେରିଥିଲେ । ଗତ ମାସ ୨୮ ତାରିଖରେ ଏକ ଅଜଣା ନମ୍ବରରୁ କଲିକତା ଯିବା ପାଇଁ ତାଙ୍କ ପାଖକୁ ଏକ ଫୋନ ଆସିଥିଲା । ତାପସ କଲିକତା ଯିବା ପରେ ତାଙ୍କୁ ଅପହରଣ କରାଯାଇଥିଲା । ଗତକାଲି ଅପହରଣକାରୀ ମାନେ ସେହି ନମ୍ବରରୁ ହାତ, ଗୋଡ଼ ବନ୍ଧା ଥିବା ତାପସଙ୍କୁ ହତ୍ୟା ଧମକ ଦେଉଥିବା ଏକ ଭିଡିଓ ପଠାଇଥିଲେ । ପରିବାର ଲୋକେ ଅପହରଣକାରୀଙ୍କୁ ୫୦ ହଜାର ଟଙ୍କା ଦେଇଥିବା ବେଳେ ଅପହରଣକାରୀମାନେ ଆଉ ୮ ଲକ୍ଷ ଟଙ୍କା ମାଗୁଛନ୍ତି । ଶେଷରେ ନ୍ୟାୟ ପାଇଁ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.