fbpx

ଶିରିଡରେ ବିରୋଧ ପ୍ରଦର୍ଶନ ଆରମ୍ଭ, ଉଦ୍ଧବଙ୍କ ବୟାନକୁ ନେଇ ବିବାଦ

ମୁମ୍ବାଇ,୧୯ ।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବୟାନକୁ ନେଇ ଆଜି ଶିରିଡରେ ବିରୋଧ ପ୍ରଦର୍ଶନ କରାଯାଉଛି । ରାସ୍ତାରେ ଶହଶହ ଲୋକ ପ୍ରତିବାଦ କରୁଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କିନ୍ତୁ ସାଇ ମନ୍ଦି ଖୋଲା ଥିବାରୁ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରୁଛନ୍ତି ।

ତେବେ ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ବିବାଦ ଆରମ୍ଭ ହୋଇଥିଲା । ବିବାଦ ଅଧିକ ବଢିବାରୁ ଆଜି ଲୋକମାନେ ଶିରିଡ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ । କିନ୍ତୁ ବିବାଦ ପରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲା ରହିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.