fbpx

୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମରେ ଇ-ଚେକ୍ ଗେଟ ବ୍ୟବସ୍ଥା ଉଦଘାଟିତ

ଭୁବନେଶ୍ୱର, ୧୯ା୧(ଓଡ଼ିଶା ଭାସ୍କର): ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଇ-ଚେକ୍ ଗେଟ ବ୍ୟବସ୍ଥା ଉଦଘାଟିତ ହୋଇଥିବା ସୂଚନା ମିଳିଛି । ଏହାକୁ ଉଦଘାଟନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ସଡ଼କ ଦୁର୍ଘଟଣା ୫୦% କମାଇବା ଆମ ଲକ୍ଷ୍ୟ । ଓଡ଼ିଶାରେ କଡ଼ାକଡ଼ି ଭାବେ ପାଳନ ହେବ ଟ୍ରାଫିକ ନିୟମ ।

ଉଲ୍ଲେଖଯୋଗ୍ୟ ଯେ ଟ୍ରାଫିକ ନିୟମ ବର୍ତ୍ତମାନ କଡ଼ାକଡ଼ି ଭାବେ ପାଳନ ହେଉଛି । ଟ୍ରାଫିକ ଉଲ୍ଲଙ୍ଘନକାରୀମାନଙ୍କୁ ୧୦ଗୁଣା ଫାଇନ ଦେବାକୁ ପଡ଼ୁଛି । ଯେମିତିକ ଗାଡ଼ି ଚାଳକ ଏବଂ ପଛରେ ବସିଥିବା ଲୋକ ମଧ୍ୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ମଦ ନପିଇ ଗାଡ଼ି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଡ଼ିର ସମସ୍ତ ଜରୁରୀ କାଗଜପତ୍ର ମଧ୍ୟ ଠିକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.