ପୁଣି ବଢିଲା ବସ୍ ଭଡା, ଜାଣନ୍ତୁ କେତେ?

ଭୁବନେଶ୍ୱର, ୪ ।୩(ଓଡିଶା ଭାସ୍କର): ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ପୁଣି ବଢିଛି ବସ୍ ଭଡା । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି । ପୂର୍ବରୁ ଅର୍ଡିନାରୀ ବସ ଭଡା ୮୦ ପଇସା ଥିବା ବେଳେ ଏବେ ୮୫ ପଇସା ହୋଇଛି । ଏକ୍ସପ୍ରେସ ବସ ଭଡା ୮୪ ପଇସା ଥିବା ବେଳେ ୮୯ ପଇସା ହୋଇଛି ।

ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା ୧୦ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଡିଲକ୍ସ ବସ ଭଡା ୧.୧୧ ପଇସା ଥିବା ବେଳେ ଏବେ ୧.୨୨ ପଇସା ହୋଇଛି । ଏସି ବସ୍ ଭଡା ୧.୩୯ ପଇସା ଥିବା ବେଳେ ତାହା ୧.୪୯ ପଇସା ହୋଇଛି । ସୁପିର ପ୍ରିମିୟମ ଭଡା ୨.୧୭ରୁ ୨.୩୨ ପଇସା ହୋଇଛି । ବସ୍ ଭଡା ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।