fbpx

ମା ହେଵାକୁ ଯାଉଛନ୍ତି ଶ୍ରେୟା ଘୋଷାଲ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ୬ ବର୍ଷ ପରେ ଖୁସି ଖବର ଶୁଣାଇବାକୁ ଯାଉଛନ୍ତି । ବେବିବମ୍ପ ସହ ଫଟୋ ଶେୟାର କରି ସେ ଗର୍ଭବତୀ ଥିବା ଜଣାଇଛନ୍ତି । ଶ୍ରେୟା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହାର ସୂଚନା ଦେଇଛନ୍ତି । ଗାୟିକା ଶ୍ରେୟା ଘୋଷାଲ ତାଙ୍କ ଫ୍ୟାନମାନଙ୍କୁ ଆଜି ଖୁସି ଖଵର ଦେଇ କହିଛନ୍ତି ଯେ, ସେ ଦୀର୍ଘ ୬ ଵର୍ଷ ପରେ ମା ହେଵାକୁ ଯାଉଛନ୍ତି । ଏଥିପାଇଁ ସେ ଵହୁତ ଖୁସି ଅନୁଭବ କରୁଥିବା କହିଛନ୍ତି ।

ଏହି ଖବର ସେ ତାଙ୍କ ସମସ୍ତ ଫ୍ୟାନମାନଙ୍କୁ ଦେଵା ସହ ନିଜ ଗର୍ଭରେ ଥିଵା ସନ୍ତାନକୁ ଅପେକ୍ଷା କରିଛନ୍ତି । କହିଛନ୍ତି ଜୀଵନର ଏହି ନୂତନ ଅଧ୍ୟାୟ ପାଇଁ ଆମେ ନିଜକୁ ପ୍ରସ୍ତୁତ କରୁଥିବାରୁ ସମସ୍ତ ଫ୍ୟାନ ମାନଙ୍କ ପ୍ରେମ ଏବଂ ଆଶୀର୍ବାଦ ଆବଶ୍ୟକ । ଏପରି କି ସେ ନିଜର ଛୁଆର ନାମ ମଧ୍ୟ ଘୋଷଣା କରିଛନ୍ତି । ୩୬ ବର୍ଷୀୟ ଶ୍ରେୟା ଓ ଶିଳାଦିତ୍ୟ ମୁଖୋପଧ୍ୟାୟ ୫ ଫେବୃୟାରୀ ୨୦୧୫ରେ ବିବାହ କରିଥିଲେ । ଏହି ବିବାହ ସମାରୋହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା ଯେଉଁଥିରେ ଉଭୟ ପରିବାର ଏବଂ କିଛି ବିଶେଷ ବନ୍ଧୁ ସାମିଲ ହୋଇଥିଲେ । ବିବାହର ସମସ୍ତ ରୀତିନୀତି ବଙ୍ଗାଳୀ ପରମ୍ପରା ଅନୁସାରେ କରାଯାଇଥିଲା ।

ତେବେ ଶ୍ରେୟା ଚାରି ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ସେ ଟିଭି ଶୋ ସାରେଗାମାପାରୁ ଏକ ବଡ଼ ସୁଯୋଗ ପାଇଥିଲେ ଏବଂ ଆଗକୁ ତାଙ୍କର ଭବିଷ୍ୟତର ରାସ୍ତା ଖୋଲିଯାଇଥିଲା ।ଦେବଦାସ ଫିଲ୍ମ ମାଧ୍ୟମରେ ଶ୍ରେୟା ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଥିଲେ ।

Get real time updates directly on you device, subscribe now.