fbpx

ତାଲକୋଟରାରେ ମୋଦୀ, ଛାତ୍ରଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ,୨୦ ।୧: ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ତାଲକୋଟରା ଷ୍ଟାଡିୟମରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଯ୍ୟକ୍ରମରେ ଓଡିଶାରୁ ୨୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମ ପାଇଁ ସାରା ଦେଶରୁ ୨୨୦୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ସେଠାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଯେ, ଏହା କେବଳ ନୂଆବର୍ଷ ନୁହେଁ, ନୂଆ ଦଶନ୍ଧି ମଧ୍ୟ । ଏଇ ଦଶନ୍ଧି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଛାତ୍ରଛାତ୍ରୀମାନଙ୍କ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମୋ ହୃଦୟର ସବୁଠାରୁ ନିକଟତର ହେବା ସହ ଏହା ମୋର ନିଜର ନିଷ୍ପତ୍ତି କହିଛନ୍ତି ମୋଦୀ ।

ଏହା ସହ ମୋଦୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଉପରେ ବୋର୍ଡ ପରୀକ୍ଷାର ବୋଝ ଲଦି ଦିଆଯାଏ । ମିଁ ବି ଆପଣଙ୍କ ପରିବାରର ଜଣେ ସଦସ୍ୟ । ଯୁବପୀଢୀ ସହ କଥା ହେବା ସବୁଠୁ ଭଲ ଅନୁଭବ । ମୁଁ ଅଭିଭାବକଙ୍କ ବୋଝ ମଧ୍ୟ କମ କରିବାକୁ ଚାହୁଁଛି । ମୁଁ ଆପଣମାନଙ୍କ ସାଙ୍ଗ ହେ।।ଇ ସାହାର୍ଯ୍ୟ କରୁଛି । ପରୀକ୍ଷା ବେଳେ ବାହାର କାରଣ ଯୋଗୁଁ ମୁଡ୍ ଅଫ୍ ହୋଇଥାଏ । ସାଧାରଣ କଥାରେ ବ୍ୟସ୍ତ ଓ ଦୁଃଖ କରିବା କଥା ନୁହେଁ । ପରୀକ୍ଷା ବେଳେ ମୁଡ୍ ଅଫ୍ କରିବା କଥା ନୁହେଁ ।’ ଭଲ ମନ୍ଦ ଜୀବନ ଏକ ଅଂଶ ବୋଲି ମୋଦୀ ଛାତ୍ରଛାତ୍ରୀମାନଙ୍କୁ ଟିପ୍ସ ଦେଇଛନ୍ତି ।

Get real time updates directly on you device, subscribe now.