fbpx
BSKY SKY
BSKY SKY

ରାଶିଫଳ (ଗୁରୁବାର,୧୧ ମାର୍ଚ୍ଚ ,୨୦୨୧)

BSKY

ମେଷ : ଆଜି ନିଜର ସକ୍ଷମ ମୁତାବକ କିଛି ଖାଦ୍ୟ କୌଣସି ଅସହାୟ ଲୋକକୁ ସାହାଯ୍ୟ କରନ୍ତୁ । ମନର ଆଶା ପୂରଣ ହେବ, ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବେ ।

ବୃଷ : ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକଠାରୁ ଅପମାନିତ ହେବେ, ମଥାରେ ଚନ୍ଦନ ଲଗାନ୍ତୁ, ସ୍ୱାମୀ-ସ୍ତ୍ରୀ କିମ୍ବା ପ୍ରେମୀଯୁଗଳ ହୁଅନ୍ତୁ ମତାନ୍ତର ସହିତ ମନ ବିଚଳିତ ରହିବ ।

ମିଥୁନ : ଅଶୁଭ ଗ୍ରହଙ୍କର ପ୍ରଭାବରେ ଆଜି ସାଧାରଣ କଥାକୁ ନେଇ ବିଶୃଙ୍ଖଳା ଘଟିବ, ଫଳରେ ମନ ଦୁର୍ବଳ ରହିବ, କାର୍ଯ୍ୟ ବିଗିଡିଯିବ, କୌଣସି ତରବରିଆ ନିଷ୍ପତ୍ତିି ନେବେ ନାହିଁ ନହେଲେ ନିଜର କ୍ଷତି ହେବ ।

କର୍କଟ : ପାରିବାରିକ ବୋଝ ସହିତ ଚାକିରି କିମ୍ବା ବ୍ୟବସାୟରେ ଭୁଲ୍ ବୁଝାବଣାର ଶିକାର ଏବଂ ଅର୍ଥଚିନ୍ତା ବଢିବ, ଆଜି ମନ ସନ୍ଦେହ ଭିତରେ ରହିବ, ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ ।

ସିଂହ : ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ନିଜର କିଛି ଅର୍ଥ ଆଜି କାହାକୁ ସାହାଯ୍ୟ କରନ୍ତୁ, ମନମୁତାବକ ଫଳ ମିଳିବ, ପ୍ରବାସରେ ଥିବା ବ୍ୟକ୍ତିମାନଙ୍କର ମାନସିକ ଚିନ୍ତା ବଢିବ, ଅର୍ଥାଭାବ ବଢିବ, ଖର୍ଚ୍ଚ ବଢିଚାଲିବ କିନ୍ତୁ ରୋଜଗାର ସେହି ଅନୁପାତରେ ହେବନାହିଁ ।

କନ୍ୟା : ଜାଗାବାଡି କିମ୍ବା ନୂଆ କୌଣସି ଗାଡି କିଣିବାର ସମ୍ଭାବନା ସୃଷ୍ଟି ହେବ, ପୂର୍ବରୁ ନିବେଶ କରିଥିବା ଅର୍ଥର ଲାଭାଂଶ ମିଳିବ, ଆର୍ଥିକ ଅଭିବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଲାଭ ହେବ, କିନ୍ତୁ ମାନ ସମ୍ନାନରେ କମି ରହିବ ।

ତୁଳା : ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ, କିନ୍ତୁ ଅଚାନକ ମୁଣ୍ଡବ୍ୟଥା ଭଳି ଅସୁସ୍ଥତା ମନକୁ ଅଶାନ୍ତ କରିଦେବ, ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ, ଜୀବନର କୌଣସି ଲକ୍ଷ୍ୟ ପୂର୍ଣ୍ଣ ହେବ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ ।

ବିଛା : ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ । ଯୋଜନାରେ ଅସଫଳ ହେବେ, ପାରିବାରିକ ମାନସିକ ଚାପ ବଢିବ, ଆର୍ଥିକ ଅନାଟନ ବଢିବ, ବିବାହଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ସୃୃଷ୍ଟି ହେବ, ନିତିଦିନ ଜୀବନରେ ସଂଘର୍ଷ ବଢି ଚାଲିବ, ଜୀବନ ଜୀଇଁକାକୁ ନେଇ ଚିନ୍ତା ଦେଖାଦେବ ।

ଧନୁ : ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ କଲ୍ୟାଣକାରୀ କାର୍ଯ୍ୟକରି ଆତ୍ମସମ୍ମାନ ବୃଦ୍ଧି ହେବ, ଆଜି କିଛି ଗୁଡ ଗାଈଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୂରଣ ହେବ, କିଛି ନା କିଛି ମନ ମୁତାବକ ଇଚ୍ଛା ପୂରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ମିଳିବ ।

ମକର : ଆୟଠାରୁ ବ୍ୟୟ ବଢିବ ମାତ୍ର କୌଣସି ଅଟକିଥିବା କାର୍ଯ୍ୟ ହେବ ଏବଂ ପୁରୁଣା ବକେୟା ମିଳିବ କିମ୍ବା ମିଳିବାର ସମ୍ଭାବନା ସୃଷ୍ଟି ହେବ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ, ଗୃହ ନିର୍ମାଣ ଆଦି କାର୍ଯ୍ୟ ଆରମ୍ଭ କରିବେ ।

କୁମ୍ଭ : ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ, ରିଷ୍ଟ ଖଣ୍ଡନ ହୋଇ ଶୁଭରେ ଦିନ କଟିବ, ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ରାଜଦଣ୍ଡର ସୂଚନା ରହିଛି, ତେଣୁ ପ୍ରତି କ୍ଷେତ୍ରରେ ସତର୍କର ସହିତ ରହିବା ଜରୁରୀ ।

ମୀନ : ପେଟ ଏବଂ ଛାତିଜନିତ ବ୍ୟଥା ଭୋଗିବେ, ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ସୃଷ୍ଟି ହେବ, ମନକୁ ଅଜଣା ଭୟ ଘାରିବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ବଢିବ, ଆୟଠାରୁ ବ୍ୟୟ ଅଧିକ ହେବ, ଚାକିରିରେ ଅନିଶ୍ଚିତତା ପରିସ୍ଥିତି ସୃଷ୍ଟି ହେବ, ମନ ଅସ୍ଥିର ରହିବ

Get real time updates directly on you device, subscribe now.