fbpx

ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର, ୧୨ା୩ (ଓଡିଶା ଭାସ୍କର): ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଆସନ୍ତା ମାର୍ଚ୍ଚ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଛି । ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିବା ବେଳେ ବିରୋଧୀଙ୍କ ରଣନୀତିକୁ କାଉଣ୍ଟର କରିବା ପାଇଁ ସରକାରୀ ଦଳ ପ୍ରସ୍ତୁତ ରହିଛି ।

ତେବେ ଆଜିର ଅଧିବେଶନରେ ଜଙ୍ଗଲ ନିଆଁ, ଆଇନଶୃଙ୍ଖଳା, ମଣ୍ଡି, ଓ କୋଟିଆ ଆଦି ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିବାର ସମ୍ଭାବନା ରହିଛି । ମୁଖ୍ୟ ବିରୋଧୀ ବିଜେପି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ଟାର୍ଗେଟ୍ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି କଂଗ୍ରେସ ଦଳ କୋଟିଆ, ବେକାରୀ ସମସ୍ୟା, ତୈଳ ଦର ବୃଦ୍ଧି ଆଦି ପ୍ରସଙ୍ଗ ଉଠାଇବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ବେଳେ ନେଗେଟିଭ୍ ରିପୋର୍ଟ ଧାରୀଙ୍କୁ ଗୃହ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.