fbpx

ବେସୁରା ଗାଇବାରୁ ମଞ୍ଚ ଉପରେ ଚଢି ପିଟିଲେ ଦର୍ଶକ, ଭିଡିଓ ଭାଇରାଲ

ଗୁଜୁରାଟ,୨୫ ।୧୧: ଗୁଜୁରାଟରେ ଚାଲୁଥିବା ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଏକ ସଙ୍ଗୀନ ଘଟଣା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ଗାୟକ ବେସୁରା ଗାଇବାରୁ ଦର୍ଶକମାନେ ରାଗିଯିବା ସହ ଷ୍ଟେଜ୍ ଉପରେ ଚଢି ତାଙ୍କୁ ବାଡେଇଥିଲେ । ଗାୟକଙ୍କୁ ଏପରି ଭାବେ ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଲୋକଙ୍କ କହିବା ଅନୁସାରେ, ଗାୟକ ଜଣକ ମଦ ପିଇ କାର୍ଯ୍ୟକ୍ରମକୁ ଆସିଥିଲେ । ଗୀତ ଗାଇବା ବେଳେ ତାଳ ମେଳ ଠିକ୍ ରହିନଥିବାରୁ ଲୋକମାନେ ରାଗିଯାଇଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ଷ୍ଟେଜ ଉପରକୁ ଉଠିଯାଇ ଗାୟକଙ୍କ ନିକଟରେ ପହଞ୍ଚିଥିଲେ । ଗାୟକଙ୍କୁ କିଛି କହିବା ସହ ୩/୪ ଚାପୁଡା ଲଗାଇଦେଇଥିଲେ ସେହି ବ୍ୟକ୍ତି ।


ଧାର୍ମିକ ସ୍ଥାନରେ ମଦ ପିଇ ଆସିବା ସହ ବେସୁରା ଗାଇବାକୁ ନେଇ ଉପସ୍ଥିତ ଲୋକେ ମଧ୍ୟ ପ୍ରଚୁର ରାଗିଥିଲେ । ବ୍ୟକ୍ତି ଜଣକ ଚାପଡା ମାରିବା ପରେ ଉପସ୍ଥିତ ଅନ୍ୟ ଲୋକମାନେ ମଧ୍ୟ ଗାୟକଙ୍କୁ ମାଡ ମାରିବା ଆରମ୍ଭ କରିଦେଇଥିଲେ ।

ଲୋକଙ୍କ ମାଡ ଖାଇବା ପରେ ଗାୟକ ଗୀତ ଗାଇବାକୁ ମନା କରିବା ସହ ଷ୍ଟେଜ୍ ଛାଡି ପଳାଇଥିଲେ ।

Get real time updates directly on you device, subscribe now.