ଗୋରଖପୁର, ୧୫ା୩: ଉତ୍ତରପ୍ରଦେଶରୁ ଏକ ଅଜବ ଖବର ସାମନାକୁ ଆସିଛି । ଗୋରଖପୁର ଅଞ୍ଚଳରେ ଜଣେ ତିନି ଛୁଆର ମାଆ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ସହ ଫେରାର ହୋଇଯାଇଛି । ଏନେଇ ଛାତ୍ରର ପରିବାର ଲୋକେ ପୋଲିସରେ ମାମଲା ଦାୟର କରିଛନ୍ତି । ୨୯ ବର୍ଷୀୟା ବିବାହିତା ମହିଳା ଓ ୧୫ ବର୍ଷୀୟ ନାବାଳକ ନିଖୋଜ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଉଭୟ ମହିଳା ଓ ଛାତ୍ର ଜଣକ ବିଗତ ଏକ ବର୍ଷ ଧରି ରିଲେସନସିପରେ ଥିଲେ । ଦୁହିଁଙ୍କର ବୟସର ତାରତମ୍ୟ ଅଧିକ ରହିଥିବାରୁ କେହି ସେମାନଙ୍କୁ ସନ୍ଦେହ କରିନଥିଲେ । ମହିଳାଙ୍କ ପତି କହିଛନ୍ତି ଯେ, କିଛିଦିନ ହେଲା ତାଙ୍କ ପତ୍ନୀଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖାଦେଇଥିଲା । ନାବାଳକଙ୍କ ପରିବାର ପକ୍ଷରୁ ମହିଳାଙ୍କ ଉପରେ ୩୬୩, ୩୬୫ରେ ମାମଲା ରୁଜୁ କରାଯାଇଛି ।