fbpx

ବେପାରୀଙ୍କଠୁ ଧାନ କିଣିବେନି ସରକାର: ରଣେନ୍ଦ୍ର

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): ଧାନମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଅନେକ ଦିନରୁ ଗୃହରେ ଉତ୍ତେଜନା ଦେଖାଦେଉଛି । ଏହି ପ୍ରସଙ୍ଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ବେପାରୀମାନଙ୍କଠାରୁ ଧାନ କିଣିବା ପାଇଁ ସରକାର ଉଚ୍ଛୁକ ନୁହନ୍ତି । ଏବେ ସୁଦ୍ଧା ୧୯ ହଜାର କୋଟି ଟଙ୍କାର ଧାନ କିଣାଯାଇଛି । ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ଟନ୍ ଧାନ ଉଠାଇଛୁ । ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି, ଚାଷୀଙ୍କ ପେଟକୁ ମାରିଛନ୍ତି । ଚାଷୀକୂଳ ବିଜେପିକୁ ପୂରା ଦେଶରେ ଛି କରିଦେଇଛନ୍ତି । ସୁବାସ ପାଣିଗ୍ରାହୀ ନିଜର ଟିଆରପି ବଢେଇବା ପାଇଁ ଏଭଳି କରିଛନ୍ତି । ବିଜେପି, କଂଗ୍ରେସ ଯାହା କରୁଛନ୍ତି ଭୁଲ କରୁଛନ୍ତି ।’

Get real time updates directly on you device, subscribe now.