fbpx

ସାମ୍ବାଦିକ ନେବେ କରୋନା ଟିକା ! ଚିଠି ଲେଖିଲେ ACS ପ୍ରଦୀପ ମହାପାତ୍ର

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଥିବା ବେଳେ ଏହାର ମୁକାବିଲା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଜୋରଦାର ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ବୟସ୍କ ଓ ଗୁରୁତର ଲୋକଙ୍କୁ ଟିକା ଦିଆଯାଉଛି । ଏହାରି ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଟିକାକରଣରେ ସାମିଲ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ACS ପ୍ରଦୀପ ମହାପାତ୍ର । ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ଟିକାରେ ସାମିଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଏଥିରେ ସାମିଲ ପାଇଁ ଦାବି ରହିଛି । ବିଦ୍ୟୁତ ଓ ଜଳଯୋଗାଣ କର୍ମଚାରୀ, ଏୟାରେପୋର୍ଟ, ରେଲୱେ, ବନ୍ଦରରେ କାର୍ଯ୍ୟରତ କର୍ମଚାରୀ, ଶ୍ରୀମନ୍ଦିର ଓ ଲିଙ୍ଗରାଜ ସେବାୟତଙ୍କୁ ଟିକା ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ତ୍ୱରିତ ପଦକ୍ଷେପ ନେଇ ଉପଭୋକ୍ତ ବର୍ଗଙ୍କୁ ସାମିଲ ପାଇଁ ସେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.