fbpx

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ପୁରୀ ସହର

ପୁରୀ, ୨୨ା୩ (ଓଡିଶା ଭାସ୍କର): ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଯିବେ । ଏହି ଅବସରରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ସକାଳ ୯ଟାରୁ ୯ଟା ୪୫ ମିନିଟ ମଧ୍ୟରେ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ସୁରକ୍ଷା ଦୃଷ୍ଟିରୁ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ସକାଳ ୮ଟାରୁ ୧୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ସୁରକ୍ଷା ଦାୟିତ୍ୱରେ ୪୦ ପ୍ଲାଟୁନ୍ ଫୋର୍ସଙ୍କୁ ମୁତୟନ କରାଯିବା ସହ ୨୫୦ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ରାଷ୍ଟ୍ରପତି ରାଉରକେଲା ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ଏଥିସହ ସେ ରାଉରକେଲାରେ ଆରଏସପି ଓ ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଲୋକାର୍ପଣ କରିଥିଲେ ।

Get real time updates directly on you device, subscribe now.