fbpx

ଜେଲରୁ ବାହାରିଲେ ପୁଞ୍ଜିଲାଲ

ପାଟଣାଗଡ଼, ୨୪ା୧(ଓଡ଼ିଶା ଭାସ୍କର): ବଲାଙ୍ଗୀର ଜେଲରୁ ଆଜି ବାହାରିଛନ୍ତି ପୁଞ୍ଜିଲାଲ ମେହେର । ନିଜ ମାଆଙ୍କର ଶୁଦ୍ଧୀକ୍ରିୟା ପାଇଁ ଜେଲରୁ ବାହାରିଛନ୍ତି ପୁଞ୍ଜିଲାଲ । ତାଙ୍କୁ ୪ଦିନିଆ ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ । ଆଜିଠାରୁ ୨୮ତାରିଖ ଯାଏ ଜାମିନରେ ପୁଞ୍ଜିଲାଲ ଆସିଛନ୍ତି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପୁଞ୍ଜିଲାଲ । ସେହି ପାର୍ସାଲ ବୋମା ବିସ୍ପୋରଣରେ ନବ ବିବାହିତ ହୋଇଥିବା ରୀମାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ଓ ରୀମା ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ ।

Get real time updates directly on you device, subscribe now.