fbpx

ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରି ସଫଳ

ନୂଆଦିଲ୍ଲୀ,୩୦ ।୩: ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାଇପାସ୍ ସର୍ଜରି ସଫଳତାର ସହ ସମ୍ପନ୍ନ ହୋଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସଫଳ ଅସ୍ତ୍ରୋପଚାର ପାଇଁ ଡାକ୍ତରୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି ରାଜନାଥ । ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସେ ଏମ୍ସ ନିର୍ଦ୍ଦେଶକଙ୍କ ସହ କଥା ହୋଇଛନ୍ତି ।

ତେବେ ଗତ ଶୁକ୍ରବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରାଷ୍ଟ୍ରପତିଙ୍କୁ ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରିଥିଲେ । ତାଙ୍କର ରୁଟିନ୍ ଚେକଅପ୍ ହେବା ପରେ ତାଙ୍କୁ ଡାକ୍ତରଙ୍କ ତତ୍ୱାବଧାନରେ ରଖାଯାଇଥିଲା । ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ରାଷ୍ଟ୍ରପତି ଭର୍ତ୍ତି ହେଲେ । ଅଧିକ ଚିକିତ୍ସା ପାଇଁ ରାଷ୍ଟ୍ରପତିଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ମିଳିଥିଲା ।

Get real time updates directly on you device, subscribe now.