fbpx

ରାଶିଫଳ (ଗୁରୁବାର,୦୧ ଅପ୍ରିଲ ,୨୦୨୧)

ମେଷ : ଆଶା କରୁଥିବା ଖବର ପାଇ ଖୁସି ହେବେ । ଶରୀର ସୁସ୍ଥ ରହିବ । ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନରେ ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି, ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ ।

ବୃଷ : ଶିଳ୍ପବାଣିଜ୍ୟ ଓ ପରିବହନ ବ୍ୟବସାୟରେ ଲାଭ ପାଇବେ । ନୂତନ କର୍ମ ଆରମ୍ଭ କରି ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବ ଆର୍ôଥକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ ।

ମିଥୁନ : ସତସଙ୍ଗ ଓ ମନୋରଞ୍ଜନ, କ୍ରୀଡ଼ାରୁ ପ୍ରଶଂସିତ ହେବେ । ପାରିବାରିକ ପରିସ୍ଥିତି ଯୋଗୁ ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ବିଦ୍ୟାରେ ଉନ୍ନତି କରିବେ । ଆର୍ଥିକସ୍ଥିତି ଭଲ ରହିବ । ପୁରାତନ ରୋଗ ପୀଡ଼ାରୁ ଉପସମ ପାଇବେ ।

କର୍କଟ : ରାଜନୀତି କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମ ସନ୍ତୋଷ ବଢ଼ାଇବ । ଆର୍ôଥକ କ୍ଷେତ୍ରରେ ଉନ୍ନତି । ଉଚ୍ଚାଧିକାରୀ, ସହକର୍ମୀ, ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମନୋବଳକୁ ବଢ଼େଇବ । ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରିିବେ ।

ସିଂହ : ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା, ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ôଥକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ ।

କନ୍ୟା : ଶୁଭଖବର ପାଇ ମନ ଖୁସି ହେବ । କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । କୋର୍ଟ କଚେରି ମାମଲାରେ ବିଜୟୀ ହେବେ ।

ତୁଳା : ଶତ୍ରୁମାନେ ତଳମୁହାଁ ହେବେ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବଢିବ । ମାଲିମକଦ୍ଦମାରେ ବିଜୟଲାଭ ହେବ । ବ୍ୟବସାୟରେ ଆଶାନୁରୂପ ଲାଭପାଇବେ । ସନ୍ତାନମାନେ ଯାନ ବାହନ କ୍ରୟ କରିବାକୁ ଜିଦ୍ ଧରି ପାରନ୍ତି ।

ବିଛା : ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ । ସରକାରୀ କର୍ମଚାରୀ କର୍ମ କ୍ଷେତ୍ରରେ ସମ୍ମାନ ଲାଭ । ରାଜନୀତି ସ୍ତରରେ ନିମ୍ନବର୍ଗ କର୍ମୀଙ୍କ ପ୍ରତି ସତର୍କ ରହି କର୍ତ୍ତବ୍ୟ ପାଳିଲେ ହଇରାଣ ହେବେ ନାହିଁ । ମାଲି ମକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ଅଚାନକ ଧନପ୍ରାପ୍ତି, ଭାଇ ବନ୍ଧୁଙ୍କ ସାହାଯ୍ୟ ପାଇବେ । ସଭାସମିତି, ସାହିତ୍ୟ ଓ କଳାରେ ସମ୍ମାନ ପାଇବେ ।

ଧନୁ : ଯୋଜନା ମୁତାବକ କାମ କଲେ ଅସୁବିଧା ହେବ ନାହିଁ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । କର୍ମ କ୍ଷେତ୍ରରେ ଅଧିକାରୀ କାମରେ ପ୍ରସନ୍ନ ରହିବେ । ରାଜନୀତି କ୍ଷେତ୍ରରେ ଲୋକ ସମର୍ଥନ ପାଇ ସଫଳ ହେବେ । ରାସ୍ତାରେ ସତର୍କତା ସହ ଯାତାୟାତ କରିବା ଉଚିତ୍ ।

ମକର : ନିକଟସ୍ଥ ସ୍ଥାନରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ପୁରାତନ ରୋଗରୁ ମୁକ୍ତି ମିଳିବ । ବ୍ୟବସାୟରେ ବୃଦ୍ଧି ହେବା ଫଳରେ ଆର୍ôଥକ ସ୍ଥିତି ସୁଧୁରିଯିବ । ନୂଆ ଜ୍ଞାନର ବୃଦ୍ଧି ହେବ । ରାଜନୀତିରେ ଉନ୍ନତି ହେବା ସହ ଯଶ ପ୍ରତିଷ୍ଠା ମିଳିବ । ଟଙ୍କାର ଆବଶ୍ୟକତା ପୂରଣ ହେବ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ସହ ମନ ଖୁସି ରହିବ ।

କୁମ୍ଭ : ଶୁଭ ସମାଚାର ମିଳିପାରେ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ସନ୍ତାନଙ୍କ ସହଯୋଗରେ ସମସ୍ୟାର ସମାଧାନ ହେବ । କର୍ମରେ ଉନ୍ନତି । ନୂତନ କାର୍ଯ୍ୟରେ କୃତକାର୍ଯ୍ୟ ହେବେ, ଅଧୁରା କାର୍ଯ୍ୟ ପୂରଣ ହେବ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ବିଜୟୀ ହେବେ ।

ମୀନ : ସାମ୍ବାଦିକଙ୍କ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟୀ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ଛାତ୍ରଛାତ୍ରୀ ମିତ୍ରଙ୍କ ସାହାଯ୍ୟ ଦ୍ୱାରା କାର୍ଯ୍ୟ ହାସଲ କରିବେ । ରାଜନୀତି କ୍ଷେତ୍ରରେ ସାମାଜିକ କାର୍ଯ୍ୟରେ ସଫଳ ସିଦ୍ଧ ହେବେ । ପରିବାରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

Get real time updates directly on you device, subscribe now.