fbpx

କାଲିଠୁ ୧୦ ଟଙ୍କା କମିବ LPG ସିଲିଣ୍ଡର

ନୂଆଦିଲ୍ଲୀ: ୧୦ ଟଙ୍କା କମିବ ଏଲପିଜି ସିଲିଣ୍ଡରର ଦାମ । ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା କମାଇବାକୁ IOCL ଘୋଷଣା କରିଛି । ନୂଆ ମୂଲ୍ୟ ଏପ୍ରିଲ ୧ରୁ ଲାଗୁ ହେବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଉଛି। ଏହି କାରଣରୁ ଏହି ଉତ୍ପାଦଗୁଡ଼ିକର ମୂଲ୍ୟ ହ୍ରାସ ପାଇବା ସ୍ୱାଭାବିକ। ତେଣୁ ଗତ ସପ୍ତାହରୁ ପେଟ୍ରୋଲ ଏବଂ ଡିଜେଲ ଇତିମଧ୍ୟରେ ତିନିଥର ହ୍ରାସ ପାଇଛି।

ତେବେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୮୧୯ ଟଙ୍କା, କୋଲକାତାରେ ୮୪୫.୫୦ ଟଙ୍କା, ମୁମ୍ବାଇରେ ୮୧୯ ଟଙ୍କା ଏବଂ ଚେନ୍ନାଇରେ ୮୩୫ ଟଙ୍କା ରହିଛି।

Get real time updates directly on you device, subscribe now.